ରଣବୀର୍‌ଙ୍କ ସହ ସ୍କ୍ରିନ୍‌ ସେୟାର୍‌ କରିବେ ମାନୁଷୀ

Published: Apr 7, 2019, 5:38 pm IST
manusi and ranbeer in upcoming movie

ମିସ୍‌ ଓ୍ବାର୍ଲ୍ଡ ମାନୁଷୀ ଛିଲ୍ଲାର  ରଣବୀର୍‌ ସିଂଙ୍କ ସହ ଅଭିନୟ କରିବେ। ‘ସିମ୍ବା’, ’ଗଲିବୟ’ ପରି ବ୍ୟବସାୟିକ ସଫଳତା ଫିଲ୍ମ ଦେଇ ଆଗଧାଡିରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିପାରିଥିବା ରଣବୀର ସିଂ ଏବେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୟଶ୍‌ରାଜ ବ୍ୟାନର୍‌ରେ ପ୍ରସ୍ତୁତ ହେବାକୁ ଥିବା ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ ମିସ୍‌ ଓ୍ବାର୍ଲ୍ଡ ମାନୁଷୀ ଛିଲ୍ଲାର୍‌। ମାନୁଷୀଙ୍କ ବଲିଉଡ୍‌ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ପୂର୍ବରୁ ମିଷ୍ଟର ପରଫେକ୍‌ନିଷ୍ଟ୍‌ ସହ ନଜର ଆସିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା। ଏହି ଅପ୍‌କମିଙ୍ଗ୍‌ ଫିଲ୍ମକୁ ନିର୍ଦ୍ଦେଶନା ଦେବେ ମନୀଷ ଶର୍ମା। ରଣବୀର୍‌ ବତ୍ତର୍ମାନ କବୀର୍‌  ଖାନ୍‌ଙ୍କ ଫିଲ୍ମ ‘୮୩’କୁ ନେଇ ବ୍ୟସ୍ତ ରହିଛନ୍ତି। ଏହା ପରେ ପରେ ସେ ‘ତକ୍ଷତ୍‌’ ଫିଲ୍ମରେ ମଧ୍ୟ ନଜର ଆସିବେ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts