
ଭୁବନେଶ୍ବର: ରାଜ୍ୟରେ ୯ ଟି ନୂଆ ଶିଳ୍ପ ପ୍ରକଳ୍ପ ନିର୍ମାଣ ଲାଗି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହି ନୂଆ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ମୁଖ୍ୟ ଶାସନ ସଚିବ ସୁରେଶ ମାହାପାତ୍ରଙ୍କ ଅଧ୍ଯକ୍ଷତାରେ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ବସିଥିଲା। ସମସ୍ତ ପ୍ରକଳ୍ପଗୁଡିକ ଲାଗି ୨ ହଜାର ୫୭୦ କୋଟି ୫୪ ଲକ୍ଷ ଟଙ୍କା ପୁଞ୍ଜିନିବେଶ କରାଯିବ ବୋଲି ଏହି ବୈଠକରେ ପ୍ରସ୍ତାବ ହୋଇଛି। ଫଳରେ ଏହି ପ୍ରକଳ୍ପଗୁଡିକ ପାଇଁ ରାଜ୍ୟରେ ୨ ହଜାର ୭୫୫ ଜଣ ନିଯୁକ୍ତି ସୁଯୋଗ ପାଇବେ।