କେରଳ କିମ୍ବା ତାମିଲ୍‌ନାଡୁର ଲଢିବା ପାଇଁ ମୋଦିଙ୍କୁ ଆହ୍ବାନ ଦେଲେ ଶଶି

Published: Apr 7, 2019, 6:05 pm IST
shashi challenge modi

କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଚଳିତଥର ଦୁଇ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି। କେରଳର ଓ୍ବାୟନାଡ ଓ ଉତ୍ତରପ୍ରଦେଶର ଆମେଠିରୁ ନିର୍ବାଚନ ଲଢୁଛନ୍ତି ରାହୁଲ୍‌। ତେବେ ରାହୁଲ୍‌ଙ୍କୁ ଏହି ଦୁଇଟି ଆସନରୁ ନିର୍ବାଚନ ଲଢିବା ନେଇ ବିଜେପି ବେଶ୍‌ ସମାଲୋଚନା କରିଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କେରଳ କିମ୍ବା ତାମିଲନାଡୁର କୌଣସି ଆସନରୁ ନିର୍ବାଚନ ଲଢିବା ପାଇଁ ଆହ୍ବାନ କରିଛନ୍ତି। ଶଶି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି କେରଳ କିମ୍ବା ତାମିଲନାଡୁ ଆସନରୁ ନିର୍ବାଚନ ଲଢିବା ପାଇଁ ସାହସ କରିପାରିବେ କି ବୋଲି କହିଛନ୍ତି। ଶଶି ଥରୁ୍ର୍‌ କହିଛନ୍ତି ରାହୁଲ୍‌ ଗାନ୍ଧି କେରଳର ଓ୍ବା୍ୟନାଡ ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେବା ପରେ ଦକ୍ଷିଣ ରାଜ୍ୟରେ ଏହାକୁ ନେଇ ବେଶ୍‌ ଉତ୍ସାହ ଦେଖାଦେଇଛି। ଥରୁରୁ୍‌ ମୋଦି ଓ ବିଜେପିଙ୍କୁ ଏହି ସମ୍ପର୍କିତ ବୟାନକୁ ନେଇ ନିନ୍ଦା କରିଛନ୍ତି। ବିଜେପି ତା’ ବୟାନରେ ରାହୁଲ୍‌ ହାରିଯିବା ଭୟରେ ପଳାୟନପନ୍ଥୀ ହୋଇଛନ୍ତି ବୋଲି ମନ୍ତବ୍ୟ ଦେଇଥିଲା। ଥରୁର୍‌ ରାହୁଲ୍‌ଙ୍କ ଏହି ନିର୍ଣ୍ଣୟକୁ ଦେଶର ଉତ୍ତର ତଥା ଦକ୍ଷିଣ ଭାଗ ମଧ୍ୟରେ ସମ୍ପର୍କକୁ ବେଶ୍‌  ସୁଦୃଢ କରିବ ବୋଲି କହିଛନ୍ତି। ତିରୁଅନନ୍ତପୁରମ୍‌ ଆସନରୁ ଲଗାତର ତୃତୀୟ ଥର ନିର୍ବାଚନ ଜିତିଥିବା ଶଶି ଥରୁର୍‌  ରାହୁଲ୍‌ଙ୍କ ଓ୍ବାୟନାଡ୍‌ ଆସନକୁ ନେଇ ବେଶ୍‌ ଆଶାବାଦୀ ରହିଛନ୍ତି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts