Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସପ୍ତାହକ ମଧ୍ୟରେ କାର୍ଯ୍ୟକ୍ଷମ ହେବ ୪୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ସୁବିଧା
ଆଜିର ଖବର

ସପ୍ତାହକ ମଧ୍ୟରେ କାର୍ଯ୍ୟକ୍ଷମ ହେବ ୪୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ସୁବିଧା

April 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜାମନଗର: ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗୁଜରାଟର ଜାମନଗରଠାରେ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା ରହିଥିବା ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ କରାଯାଉଛି। ନାଗରିକମାନଙ୍କୁ ସମସ୍ତ ଚିକିତ୍ସା ସେବା ବିନାମୂଲ୍ୟରେ ଯୋଗାଇ ଦିଆଯିବ ଏବଂ ଏହି କୋଭିଡ୍ ଚିକିତ୍ସାଳୟ ସ୍ଥାପନା ଓ ଏହାର ପରିଚାଳନା ବାବଦ ସମସ୍ତ ଖର୍ଚ୍ଚ ରିଲାଏନ୍ସ ବହନ କରିବ। ଏକ ସପ୍ତାହ ମଧ୍ୟରେ ଜାମନଗରଠାରେ ଥିବା ସରକାରୀ ଦନ୍ତ ଚିକିତ୍ସା ମହାବିଦ୍ୟାଳୟ ଓ ହସପିଟାଲ ପରିସରରେ ୪୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ  ସ୍ଥାପନ ଏବଂ କାର୍ଯ୍ୟକ୍ଷମ ହେବ। ଏହାର ପରବର୍ତୀ ଦୁଇ ସପ୍ତାହ ମଧ୍ୟରେ ଜାମନଗରର ଅନ୍ୟଏକ ସ୍ଥାନରେ ଆଉ ୬୦୦ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ସ୍ଥାପନ ଏବଂ କାର୍ଯ୍ୟକ୍ଷମ ହେବ।

ଏଥିପାଇଁ ଆବଶ୍ୟକ ମାନବସମ୍ବଳ, ଚିକିତ୍ସାଗତ ସହାୟତା, ଉପକରଣ, ଏବଂ ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ରିଲାଏନ୍ସ ଯୋଗାଇଦେବ। ଏହି ହସ୍‌ପିଟାଲରେ ଡାକ୍ତର ଏବଂ ନର୍ସିଂ କର୍ମଚାରୀ ନିୟୋଜିତ ହେବା ଦିଗରେ ରାଜ୍ୟ ସରକାର ସମନ୍ୱୟ ରକ୍ଷାକରି କାର୍ଯ୍ୟକରିବେ। ଏହି ହସ୍‌ପିଟାଲ ଜାମନଗର, ଖମ୍ଭାଲିଆ, ଦ୍ୱାରକା, ପୋରବନ୍ଦର ଏବଂ ସୌରାଷ୍ଟ୍ରର ଅନ୍ୟାନ୍ୟ ଅଂଚଳର ଜନସାଧାରଣଙ୍କ ପାଇଁ ଆଶ୍ୱସ୍ତି ଆଣିଦେବ।

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ନିତା ଏମ୍ ଅମ୍ବାନି କହିଛନ୍ତି, “ଭାରତ କୋଭିଡର ଦ୍ୱିତୀୟ ଲହର ବିରୁଦ୍ଧରେ ଲଢେଇ କରୁଥିବାବେଳେ ଆମେ ଯଥାସମ୍ଭବ ପ୍ରତ୍ୟେକ ଉପାୟରେ ସହାୟତା କରିବାକୁ ପ୍ରତିବଦ୍ଧ। ଅଧିକ ସ୍ୱାସ୍ଥ୍ୟସେବା ସୁବିଧା ସାମ୍ପ୍ରତିକ ସମୟରେ ଅନ୍ୟତମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇଛି। ରିଲାଏନ୍ସ ଫାଉଣ୍ଡେସନ କୋଭିଡ ଆକ୍ରାନ୍ତ ରୋଗୀଙ୍କ ପାଇଁ ଗୁଜରାଟର ଜାମନଗରଠାରେ ଅମ୍ଳଜାନ ବ୍ୟବସ୍ଥା ଥିବା ୧୦୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ ସ୍ଥାପନ କରୁଛି। ପ୍ରଥମ ପର୍ଯ୍ୟାୟରେ ୪୦୦ ଶଯ୍ୟା ଥିବା ସୁବିଧା ସପ୍ତାହକ ମଧ୍ୟରେ ପ୍ରସ୍ତୁତ ହୋଇଯିବ ଏବଂ ଆଉ ୬୦୦ ଶଯ୍ୟା ତାହା ପରବର୍ତୀ ଆଉ ଏକ ସପ୍ତାହକ ମଧ୍ୟରେ କାର୍ଯ୍ୟକ୍ଷମ ହେବ। ଏହି ହସପିଟାଲ ଗୁଣାତ୍ମକ ଚିକିତ୍ସା ସେବା ମାଗଣାରେ ଯୋଗାଇଦେବ। ରିଲାଏନ୍ସ ଫାଉଣ୍ଡେସନ ପ୍ରତିଟି ଭାରତୀୟଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଦୃଢଭାବରେ ଛିଡା ହୋଇଛି। ମୂଲ୍ୟବାନ ଜୀବନ ବଂଚାଇବାକୁ ଆମେ ଆମର ଅକ୍ଳାନ୍ତ କାର୍ଯ୍ୟ ଜାରି ରଖିବୁ। ଏକାଠି ମିଶି ଆମେ ଏହା କରିପାରିବା ଏବଂ ଏହି ଲଢେଇରେ ଆମେ ଜିତିବା।”

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଗ୍ରୁପ୍ ପ୍ରେସିଡେଂଟ୍ ଶ୍ରୀ ଧନରାଜ ନଥ୍‌ୱାନି କହିଛନ୍ତି, “ଏହି କୋଭିଡ ମହାମାରୀ ସମୟରେ ଆମର ସମ୍ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଭାଇ ମୋଦି ଭାରତର ଜନସାଧାରଣଙ୍କ ପାଇଁ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଛନ୍ତି। ଗୁଜରାଟର ସମ୍ମାନାସ୍ପଦ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟଭାଇ ରୁପାନି ମଧ୍ୟ ଏହି ଜଟିଳ ସମୟରେ ଗୁଜରାଟରେ ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ କରାଇବାକୁ କଠିନ ପରିଶ୍ରମ କରୁଛନ୍ତି। ରିଲାଏନ୍ସ ସିଏମ୍‌ଡି ମୁକେଶ ଅମ୍ବାନି ଗୁଜରାଟରେ କୋଭିଡ ସଂକ୍ରମିତ ରୋଗୀଙ୍କ ପାଇଁ ହସପିଟାଲ ସୁବିଧା ଉପଲବ୍ଧ କରାଇବା ଦିଗରେ ସହାୟତା କରିବାକୁ ଆଗେଇ ଆସିଛନ୍ତି। ତେଣୁ ଆମ ଅଧ୍ୟକ୍ଷଙ୍କ ନେତୃତ୍ୱରେ ରିଲାଏନ୍ସ ଟିମ୍ ଯଥାସମ୍ଭବ କମ୍ ସମୟ ମଧ୍ୟରେ ଏହି ଦୁଇଟି କୋଭିଡ ଚିକିତ୍ସା ସୁବିଧା ସ୍ଥାପନ ଦିଗରେ କାର୍ଯ୍ୟ କରୁଛନ୍ତି।”

ଭାରତରେ ଯେକୌଣସି ଗୁରୁତର ସଙ୍କଟ ସମୟରେ ଏବଂ କୋଭିଡ ୧୯ ସଂକ୍ରମଣ ବ୍ୟାପିବା ପରେ ଗତ ଏକବର୍ଷ ଧରି ରିଲାଏନ୍ସ ସହାୟତାର ହାତ ବଢାଇ ଆସିଛି। ରିଲାଏନ୍ସ ଗୁଜରାଟ ଏବଂ ଦେଶର ଜନସାଧାରଣଙ୍କୁ ବିଭିନ୍ନ ଭାବରେ ସହାୟତା କରିବାକୁ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଛି। ରିଲାଏନ୍ସ ମଧ୍ୟ ଗୁଜରାଟ ଏବଂ ଆଉ କେତେକ ରାଜ୍ୟକୁ ଅମ୍ଳଜାନ ଯୋଗାଇ ଦେଉଛି। ଆରଆଇଏଲ ମୁମ୍ବାଇ ମହାନଗରରେ ମାଗଣାରେ କୋଭିଡ ଚିକିତ୍ସା ସୁବିଧା ଯୋଗାଇ ଦେଉଛି, ଯେଉଁଠାରେ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲ ଦ୍ୱାରା ୮୭୫ଟି କୋଭିଡ ଶଯ୍ୟା ପରିଚାଳିତ ହେଉଛି। ଜାମନଗର ଏବଂ ମୁମ୍ବାଇରେ ରିଲାଏନ୍ସ କୋଭିଡ ଚିକିତ୍ସା ପାଇଁ ୧୮୭୫ଟି କୋଭିଡ୍ ଚିକିତ୍ସା ଶଯ୍ୟା ସ୍ଥାପନ ଓ ପରିଚାଳନା କରିବ।

ଚିକିତ୍ସାଳୟ ଜାମନଗର
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Latest News

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.