କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରିବେ ରବର୍ଟ ଭଦ୍ରା !

Published: Apr 7, 2019, 6:59 pm IST
robert vadra campaign for congress

ପ୍ରିୟଙ୍କା ଗାନ୍ଧୀ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପରେ ଏବେ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ମଧ୍ୟ କଂଗ୍ରେସ ପାଇଁ ପ୍ରଚାର କରିବେ ବୋଲି ସୂଚନା ରହିଛି। ପୂର୍ବରୁ ରବର୍ଟ ଭଦ୍ରା ଏ ବିଷୟରେ ସୂଚନା ଦେଇଥିଲେ। ତାଙ୍କ ଉପରେ ଲାଗିଥିବା ଅଭିଯୋଗରୁ ମୁକ୍ତ ହେବା ପରେ ସେ ରାଜନୀତିକୁ ଆସିପାରନ୍ତି ବୋଲି ସଂକେତ ଦେଇଥିଲେ। ଭଦ୍ରାଙ୍କ ଉପରେ ଜମି ଦଖଲ ସହ ଭଷ୍ଟ୍ରାଚାରର ମାମଲା ଚାଲିଛି। ତେବେ  ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନାମାଙ୍କନ ପତ୍ର ଦାଖଲ କରିବା ପରେ ସେ କଂଗ୍ରେସ ପାଇଁ ସାରା ଦେଶରେ ପ୍ରଚାର କରିବେ ବୋଲି ଶୁଣିବାକୁ ମିଳୁଛି। ତେବେ କଂଗ୍ରେସ ତରଫରୁ ଏନେଇ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts