
ଭୁବନେଶ୍ବର: କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି। ଆସନ୍ତା ୫ ତାରିଖରୁ ୧୯ ତାରିଖ ଯାଏଁ ଲକଡାଉନ କଟକଣା ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ତେବେ ଏହି ସମୟରେ ବାହାର ରାଜ୍ୟରୁ ଲୋକେ ଓଡିଶାକୁ ଫେରୁଥିବାରୁ ତାଙ୍କ ଉପରେ ନଜର ରଖିବାକୁ ସରପଞ୍ଚମାନଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ତାଙ୍କୁ ହୋମ କ୍ଵାରେଣ୍ଟିନରେ ରଖିବା ପାଇଁ ସରପଞ୍ଚମାନଙ୍କୁ ମୁଖ୍ୟ ଶାସନ ସଚିବ କହିଛନ୍ତି।
ଏହା ସହ ଯେଉଁମାନଙ୍କର ହୋମ କ୍ଵାରେଣ୍ଟିନର ବ୍ୟବସ୍ଥା ନାହିଁ, ସେମାନଙ୍କୁ ସରକାରୀ କ୍ଵାରେଣ୍ଟିନରେ ରଖିବା ପାଇଁ ସେ ସରପଞ୍ଚମାନଙ୍କୁ କହିଛନ୍ତି। ସେମାନଙ୍କୁ ୧୪ ଦିନିଆ କ୍ଵାରେଣ୍ଟିନରେ ରହିବା ପାଇଁ ସରପଞ୍ଚମାନଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପରାମର୍ଶ ଦେଇଛନ୍ତି।