Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର-ବାଲୁଗାଁ ଟୀକାକେନ୍ଦ୍ରରେ ଭିଡକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ କରାଗଲା ଏହି ସବୁ ବ୍ୟବସ୍ଥା
ଆଜିର ଖବର

ବାଣପୁର-ବାଲୁଗାଁ ଟୀକାକେନ୍ଦ୍ରରେ ଭିଡକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ କରାଗଲା ଏହି ସବୁ ବ୍ୟବସ୍ଥା

May 3, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ସମସ୍ତଙ୍କୁ କୋଭିଡ଼ ସଂକ୍ରମଣର ଭୟ। ସେଥିପାଇଁ ଟୀକା ନେବାକୁ ସମସ୍ତେ ଚାହାଁନ୍ତି। ଏଥି ନିମନ୍ତେ ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା ନେବାପାଇଁ ଜନସାଧାରଣଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ସ୍ଥଳେ କେତେକ ଅବ୍ୟବସ୍ଥା ମଧ୍ୟ ସାମ୍ନାକୁ ଆସିଥିଲା।

ତେବେ ଏହାକୁ ଗୁରୁତର ସହ ନେଇଛି ସ୍ଥାନୀୟ ପ୍ରଶାସନ। କିଛି ଦିନ ହେବ ଟୀକାର ଅଭାବ ଲାଗି ଟୀକାକାରଣ ବନ୍ଦ ଥିବାବେଳେ ଆଜି ପୁନଶ୍ଚ ଉଭୟ କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ନିମନ୍ତେ ଟୀକାକାରଣ ପ୍ରକ୍ରିୟା ସ୍ୱାଭାବିକ ହୋଇଛି। ତେବେ ବାଣପୁର ମେଡିକାଲରେ ଭିଡ଼ ଏଡାଇବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମେଡିକାଲ ନିକଟରେ ଥିବା ବାଣପୁର ଉଚ୍ଚ ପ୍ରାଥମିକ(ମଧ୍ୟ ଇଂରାଜୀ) ବିଦ୍ୟାଳୟ ପରିସରରେ ଟୀକାକରଣ କେନ୍ଦ୍ର ଖୋଲାଯାଇଛି। ବାଣପୁର ଆଇଆଇସି ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରୟାସରେ ଉକ୍ତ କେନ୍ଦ୍ରରେ ଟୀକାକାରଣ ପାଇଁ ସୁନ୍ଦର ବ୍ୟବସ୍ଥା ଅବଲମ୍ବନ କରାଯାଇଛି।

ଭିଡ଼ ଏଡାଇବା ଏବଂ ଶୃଙ୍ଖଳିତ ଭାବେ ଟୀକା ନେବାପାଇଁ ଉକ୍ତ କେନ୍ଦ୍ରରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯିବା ସହ ପ୍ରଥମ ଏବଂ ଦ୍ଵିତୀୟ ଡୋଜ ଟୀକା ପାଇଁ ଅଲଗା ଅଲଗା ଧାଡିର ବ୍ୟବସ୍ଥା କରାଯାଇଛି। ତତସହିତ ଟୀକା ନେବା ପାଇଁ ଅପେକ୍ଷାରତ ନାଗରିକ ଏବଂ ଟୀକା ଦେଇ ଆସିଲା ପରେ ନାଗରିକଙ୍କ ପାଇଁ ବସିବା ବ୍ୟବସ୍ଥା କରାଯାଇଛି।

ତେବେ ଟୀକା ନେବାପାଇଁ ଅପେକ୍ଷାରତ ନାଗରିକମାନଙ୍କୁ ଆଜି ବାଣପୁରର ବିଭିନ୍ନ ବ୍ୟବସାୟୀ ସଂଘ ମାନେ ଥଣ୍ଡା ମୃଦୁ ପାନୀୟ ଜଳ ପରିବେଷଣ କରୁଥିବାର ଦେଖାଯାଇଥିଲା। ସକାଳ ୫ ଘଟିକା ଠାରୁ ୭ ଘଟିକା ପର୍ଯ୍ୟନ୍ତ ମେଡିକାଲ ପ୍ରଶାସନ ପକ୍ଷରୁ କୂପନ ବଣ୍ଟାଯାଇ ୭ ଘଟିକା ଠାରୁ ୪୫ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିମାନଙ୍କୁ ଉଭୟ ପ୍ରଥମ ଡୋଜ ଓ ଦ୍ଵିତୀୟ ଡୋଜର ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଟୀକାକେନ୍ଦ୍ରରେ ଖୋଦ ବାଣପୁର ଆଇଆଇସି ପଇଁତରା ମାରୁଥିବାବେଳେ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।

ଅନୁରୂପ ଭାବେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମଧ୍ୟ ବାଲୁଗାଁ ପୋଲିସ ଏବଂ ଉମାମହେଶ୍ୱର ବଣିକ ସଂଘ ପକ୍ଷରୁ ଭିଡ଼କୁ ଏଡାଇବା ପାଇଁ ବ୍ୟାରିକେଡ଼ ଏବଂ ବସିବା ବ୍ୟବସ୍ଥା କରାଯାଇଛି। ଆଇନ ଶୃଙ୍ଖଳାକୁ ପରିଚାଳନା କରିବା ନିମନ୍ତେ ବାଲୁଗାଁ ଆଇଆଇସି ଟୀକାକେନ୍ଦ୍ରରେ ଉପସ୍ଥିତ ରହିବା ସହ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ କରିଛନ୍ତି।

ତେବେ ବାଲୁଗାଁ ଏସଡ଼ିପିଓ ଏବଂ ଦୁଇ ତହସିଲଦାର ଉଭୟ ଟୀକାକେନ୍ଦ୍ରରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିବାବେଳେ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟୀକାକାରଣ ଜାରି ରହିଥିଲା।

ଟୀକାକେନ୍ଦ୍ର ବାଣପୁର-ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.