ପାକିସ୍ତାନ ଉପରେ ପୁନର୍ବାର ଆକ୍ରମଣ କରିପାରେ ଭାରତ : ଶାହ ମହମ୍ମଦ କ୍ୟୁରେଶୀ

Published: Apr 8, 2019, 12:33 pm IST
india may attack on pakistan again, says mohammad quereshi

ଭାରତ ପକ୍ଷରୁ ପାକିସ୍ତାନ ଉପରେ ପୁନର୍ବାର ଆକ୍ରମଣ କରାଯାଇପାରେ ବୋଲି ପ୍ରକାଶ କରିଛନ୍ତି ପାକ୍‌ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶୀ। ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଉପ ଉଚ୍ଚାୟୁକ୍ତଙ୍କୁ ଏନେଇ ପାକିସ୍ତାନ ପକ୍ଷରୁ ସମନ ଜାରି କରାଯାଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଡ. ମହମ୍ମଦ ଫୈଜଲ୍‌ କହିଛନ୍ତି କି, ଭାରତ ପକ୍ଷରୁ ପାକ୍‌ ବିରୋଧରେ ରଚା ଯାଉଥିବା ଷଡଯନ୍ତ୍ର ବିଷୟରେ ଚେତାବନୀ ପ୍ରଦାନ ପାଇଁ ଉପ ଉଚ୍ଚାୟୁକ୍ତଙ୍କୁ ଡକାଯାଇଥିଲା। ଫୈଜଲ୍‌ ଟ୍ବିଟ୍ଟର ଜରିଆରେ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ରବିବାର ଦିନ ପାକ୍‌ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶୀ କହିଥିଲେ କି, ଭାରତ ପାକିସ୍ତାନ ଉପରେ ବାଲାକୋଟ ପରି ଆଉ ଏକ ଆକ୍ରମଣର ଯୋଜନା କରୁଛି। କ୍ୟୁରେଶୀ କହିଥିଲେ, ଏପ୍ରିଲ୍‌ ୧୬-୨୦ ମଧ୍ୟରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାର ଯୋଜନା କରିଛି। ପୁଲଓ୍ବାମା ପରି ଏକ ଆକ୍ରମଣ ପାକ୍‌ ଅଧିକୃତ କାଶ୍ମୀରରେ ହେବାର ସମ୍ଭାବନା ରହିଥିବାର ଗୁଇନ୍ଦା ସୂଚନା ମିଳିଛି ବୋଲି କ୍ୟୁରେଶୀ ପ୍ରକାଶ କରିଛନ୍ତି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts