କୋରିଆନ୍‌ ଏୟାର ମୁଖ୍ୟ ଚୋ ୟଙ୍ଗ ହୋଙ୍କ ପରଲୋକ

Published: Apr 8, 2019, 2:58 pm IST
KORIYAN AIR CHEAF PASSED AWAY

କୋରିଆନ୍‌ ବିମାନ ଚଳାଚଳ କମ୍ପାନୀ କୋରିଆନ୍‌ ଏୟାରର ମୁଖ୍ୟ ଚୋ ୟଙ୍ଗ ହୋଙ୍କ ପରଲୋକ ହୋଇଛି। ଏୟାରଲାଇନ୍ସ ପକ୍ଷରୁ ହୋଙ୍କ ଦେହାନ୍ତ ନେଇ ଖବର ପ୍ରସାର କରାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। କମ୍ପାନୀ ତରଫରୁ ମୃତ୍ୟୁର କୌଣସି କାରଣ ଜଣାଇ ନଥିବା ବେଳେ ୧୯୯୯ ରୁ ହୋ କମ୍ପାନୀର ମୁଖ୍ୟ ଭାବରେ ଦାୟିତ୍ବ ନିର୍ବାହ କରୁଥିଲେ। ପିତାଙ୍କଠାରୁ କମ୍ପାନୀର ଦାୟିତ୍ବ ଗ୍ରହଣ କରିଥିବା ଚୋ ୟଙ୍ଗ ହୋ ସ୍କାଏ ଟିମ୍‌ ଏୟାରଲାଇନ୍ସର ପ୍ରତିଷ୍ଠାତା ରହିଥିଲେ ଯାହାକି କୋରିଆକୁ ଆନ୍ତର୍ଜାତୀୟ ବିମାନ ଚଳାଚଳରେ ବିଖ୍ୟାତ କରାଇଥିଲା। ସେହିପରି ହାଞ୍ଜିନ୍‌ ଗ୍ରୁପ୍‌ର ମଧ୍ୟ ସଦସ୍ୟ ରହିଥିଲେ ହୋ। ନିକଟ ଅତୀତରେ ଗ୍ରାହକଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ନେଇ ଖବରରେ ରହିଥିଲା ହୋଙ୍କ କମ୍ପାନୀ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts