ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ତୌକ’ତେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ନେଇପାରେ। ମଙ୍ଗଳବାର ସକାଳେ ଏହି ବାତ୍ୟା ଗୁଜୁରାଟ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଗୁଜୁରାଟ ସମେତ ଆରବ ସାଗରର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ପ୍ରଭାବ ପଡିବା ସମ୍ଭାବନା ରହିଛି। ବର୍ତ୍ତମାନ କରୋନା ମହାମାରୀ ବିରୋଧରେ ଭାରତ ଲଢୁଥିବା ବେଳେ ଏହି ବାତ୍ୟା ଆହୁରି ଅଧିକ ଚିନ୍ତା ଆଣିଦେଇଛି।
ତେବେ ଘୂର୍ଣ୍ଣିବାତ୍ୟାକୁ ଦେଖି ଆଜି ପ୍ରଧାନମନ୍ତ୍ରୀ ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଏଥିପାଇଁ ୫୩ ଟି ଏନଡିଆରଏଫ ଟିମ୍ ନିୟୋଜିତ ହେବେ। କେରଳ, କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ଏହି ୫୩ ଟି ୫୩ ଟି ଏନଡିଆରଏଫ ଟିମ୍ ନିୟୋଜିତ ହେବେ।


