ମହାରାଷ୍ଟ୍ର ଟ୍ରେନ ଯାତ୍ରୀଙ୍କ ପାଇଁ ନେଗେଟିଭ ଆରଟିପିସିଆର (RT-PCR) ରିପୋର୍ଟ ବାଧ୍ୟତାମୂଳକ

Published: May 20, 2021, 5:22 pm IST

ଭୁବନେଶ୍ବର, ଯେ କୌଣସି ମାଧ୍ୟମରେ ମହାରାଷ୍ଟ୍ର ରାଜ୍ୟକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ ଏକ ନେଗେଟିଭ ଆରଟିପିସିଆର (RT-PCR) ପରୀକ୍ଷା ରିପୋର୍ଟ ବହନ କରିବାକୁ ପଡିବ। ମହାରାଷ୍ଟ୍ରରେ ପ୍ରବେଶ କରିବାର ସର୍ବାଧିକ 48 ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ଆବଶ୍ୟକ। ଏ ନେଇ ମହାରାଷ୍ଟ୍ର ସରକାର ପଦକ୍ଷେପ ନେଇଥିବା ବେଳେ ରେଳ ବିଭାଗ ତାହାକୁ ଅନୁକରଣ କରି ପଦକ୍ଷେପ ଗ୍ରହଣ କରିଛି।

ସମ୍ବେଦନଶୀଳ ଅଞ୍ଚଳରୁ ଅର୍ଥାତ କେରଳ, ଗୋଆ, ରାଜସ୍ଥାନ, ଗୁଜୁରାଟ, ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଆସୁଥିବା ବ୍ୟକ୍ତିଙ୍କ ସହିତ ଭାରତର ଯେକୌଣସି ଅଞ୍ଚଳରୁ ମହାରାଷ୍ଟ୍ର ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ଏପ୍ରିଲ ମାସ ୧୮ ତାରିଖ ଓ ମଇ ମାସ ପହିଲା ଆଦେଶନାମା ଅନୁଯାୟୀ ସମସ୍ତ ପ୍ରତିବନ୍ଧକ ପ୍ରଯୁଜ୍ୟ ହେବ।

ଦୂରଗାମୀ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଉଅଛି ଯେ ସେମାନେ ଯାତ୍ରା କରିବା ପୂର୍ବରୁ କୋଭିଡ ୧୯ ଯାତ୍ରା ଆଦେଶନାମା ଏବଂ ଉପଯୁକ୍ତ ଆଚରଣ ଅନୁସରଣ କରିବା ସହିତ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ଧ୍ୟାନଦେବାକୁ ଅନୁରୋଧ କରାଯାଇଛି|

Related posts