
ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂଧ୍ୟାରେ ଓଡିଶା ପାଇଁ ସହାୟତା ରାଶି ଘୋଷଣା କରିପାରନ୍ତି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକ ପରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ରାଜ୍ୟର ସମସ୍ତ ଦାବୀ ଶୁଣିଛନ୍ତି। ତେବେ ରାଜ୍ୟ ସରକାରଙ୍କ ତରଫରୁ କୌଣସି ରାଶି ସହାୟତା ଦାବୀ କରାଯାଇ ନାହିଁ।
ତେବେ ରାଜ୍ୟ ସରକାର ବାତ୍ୟା ମୁୁକାବିଲା ପାଇଁ ଯେଉଁ ସ୍ଥାୟୀ ସମାଧାନ ଦାବୀ କରିଛନ୍ତି ତାହା ପ୍ରଧାନମନ୍ତ୍ରୀ ଗୁରୁତର ସହ ଗ୍ରହଣ କରିଛନ୍ତି। ସେ ଏହାପରେ ପଶ୍ଚିମବଂଗ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ। ଦୁଇ ରାଜ୍ୟର ସମୀକ୍ଷା ସରିବା ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ କିଛି ଘୋଷଣା କରିପାରନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି।