ଜାମ୍ମୁ-କାଶ୍ମୀରର ଏକ ହସ୍ପିଟାଲରେ ମଙ୍ଗଳବାର ଆତତାୟୀଙ୍କ ଆକ୍ରମଣ ହୋଇଛି। ଜଣେ ଆରଏସଏସ ନେତାଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବାବେଳେ ଏଥିରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ଆତତାୟୀଙ୍କ ଗୁଳିମାଡ଼ରେ ଆରଏସଏସ ନେତା ଚନ୍ଦ୍ରକାନ୍ତ ଶର୍ମା ଆହତ ହୋଇଛନ୍ତି। ଶର୍ମା ଉକ୍ତ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ବେଳେ ମଙ୍ଗଳବାର ଏହି ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନରେ ଜଣେ ଆତତାୟୀ ବୁର୍ଖା ପିନ୍ଧି ହସ୍ପିଟାଲରେ ପିଶିଥିଲେ। ପରେ ଏକ ବନ୍ଧୁକ ବାହାର କରି ଗୁଳି ଆରଏସଏସ ନେତା ଚନ୍ଦ୍ରକାନ୍ତ ଏବଂ ତାଙ୍କ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ସୁରକ୍ଷାକର୍ମୀ ନିହତ ହୋଇଥିବା ବେଳେ ଶର୍ମା ଗୁରୁତର ଅଛନ୍ତି । ଏହି ଘଟଣା ପରେ ଖିତ୍ଓ୍ବାରରେ କର୍ଫ୍ୟୁ ଜାରି କରାଯାଇଛି । ପୂର୍ବରୁ ସମାନ ଢଙ୍ଗରେ ବିଜେପି ରାଜ୍ୟ ସଚିବ ଅନୀଲ ପରିହାର ଏବଂ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିଲା ।

An army soldier stands inside the Army Public School, which was attacked by Taliban gunmen, in Peshawar, December 17, 2014. Taliban gunmen in Pakistan took hundreds of students and teachers hostage on Tuesday in a school in the northwestern city of Peshawar, military officials said. REUTERS/Zohra Bensemra (PAKISTAN - Tags: CRIME LAW CIVIL UNREST MILITARY) - RTR4IDTB