
ଭୁବନେଶ୍ବର, ଯଦି ଆପଣ ଖାଲି ପେଟରେ ଏକ ଗ୍ଲାସ୍ ଲକି ରସ ପିଅନ୍ତି, ତେବେ ଆପଣଙ୍କ ଶରୀର ସତେଜ ଏବଂ ଶକ୍ତି ମିଳିଥାଏ, ଏହି ରସରେ 98% ପାଣି ଏବଂ ଆଣ୍ଟି-ଅକ୍ସିଡାଣ୍ଟ ରହିଛି ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ।
ଯଦି ଆପଣ ଅଧିକ ଓଜନିଆ ବା ମୋଟା ଅଛନ୍ତି ତେବେ ପ୍ରତିଦିନ ଲକି ରସ ପିଇବା ଆରମ୍ଭ କରନ୍ତୁ, ଏଥିରେ କ୍ୟାଲୋରୀ ଏବଂ ଚର୍ବି ବହୁତ ହ୍ରାସ ପାଇଥାଏ। ତେଣୁ ଓଜନ ହ୍ରାସ କରିବାରେ ଏହା ବେଶ ଲାଭଦାୟକ ପ୍ରମାଣିତ ହୋଇଛି।
ଯଦି ଆପଣଙ୍କ ଶରୀରରେ ଉତ୍ତାପ ରହିଛି, ଯେଉଁ କାରଣରୁ ମୁଣ୍ଡବିନ୍ଧା କିମ୍ବା ଆଖି ବିନ୍ଧା ଦେଖାଯାଏ, ତେବେ ଲକି ରସରେ ଅଦା ମିଶାଇ ପିଅନ୍ତୁ, ଶରୀରର ଉତ୍ତାପ ହ୍ରାସ ପାଇବା ସହ ମୁଣ୍ଡବିନ୍ଧା କହିଯାଇଥାଏ।
ଲକି ରସ ହୃଦରୋଗ ପାଇଁ ମଧ୍ୟ ବେଶ ଉପାଦେୟ। ଏହି ରସକୁ ନିୟମିତ ପିଇବା ଦ୍ୱାରା ରକ୍ତଚାପ ଠିକ୍ ରହିଥାଏ, ଯାହା ହୃଦୟ ସମ୍ବନ୍ଧୀୟ ସମସ୍ୟାର ଆଶଙ୍କା କମିଯାଏ।
( ପରବର୍ତ୍ତି ସମୟରେ ଅନ୍ୟାନ୍ୟ ରୋଗ ବିଷୟରେ ହେବ ଆଲୋଚନା )