
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ 5ଟା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ତେବେ ପ୍ରଧାନମନ୍ତ୍ରୀ କାହା ଉପରେ କହିବେ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ବର୍ତ୍ତମାନ କରୋନା ସ୍ଥିତି ନେଇ ସାରା ଦେଶରେ ଯେପରି ପରିସ୍ଥିତି ରହିଛି ସେ ଉପରେ ପ୍ରଧାନମନ୍ତ୍ରୀ କିଛି କହିବେ ବୋଲି ସମ୍ଭାବନା ରହିଛି।