
ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଖଣିରେ ବେଆଇନ ବ୍ଲାଷ୍ଟିଂକୁ ନେଇ ଗ୍ରାମଵାସୀମାନଙ୍କ ଦ୍ଵାରା ବିରୋଧ କରାଯାଇଛି। ଟାଙ୍ଗୀ ଥାନା ବ୍ରୁଷବନ୍ଧ ପାହାଡରେ ବ୍ଲାଷ୍ଟି ଯୋଗୁଁ ଧନ ଜୀବନ କ୍ଷୟକ୍ଷତି ହେଉଥିବା ନେଇ ଗ୍ରାମଵାସୀ ଅଭିଯୋଗ କରି ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହେବାରୁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ଟାଙ୍ଗୀ ତହସିଲଦାର ଶରତ କୁମାର ଦେହୁରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଆଡିଆ ପଡା ମୌଜାରେ ରହିଛି ବ୍ରୁଷବନ୍ଧ ପାହାଡ। ଏହି ପାହାଡରୁ କଳା ମୁଗୁନି ପଥର ଉତ୍ତୋଳନ କରିବା ପାଇଁ ପ୍ରଶାସନ ଲିଜ୍ ଅନୁମତି ଦେଇଛି। ମାତ୍ର ଲିଜ୍ ଧାରୀ ଲାଭ ଆଶାରେ ସମସ୍ତ ନୀତି ନିୟମକୁ ବେଖାତିର କରି ବ୍ଳାଷ୍ଟିଂ କରିବା ଯୋଗୁଁ ଖଣିରୁ ପଥର ପଡି ଗ୍ରାମବାସୀ ମାନଙ୍କ ଘର ଦ୍ୱାର ବିଲ ଵାଡି ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ଏହା ସହ ଗାଇ ଗୋରୁ ମାନେ ଅକାଳରେ ମୃତ୍ୟୁବରଣ କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ସ୍ଥାନୀୟ ଲୋକେ ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ୍ୟ କୌଣସି ସୁଫଳ ନ ମିଳିବାରୁ ସ୍ଥାନୀୟ ଲୋକେ ଆଡିଆ ପଡା ଗ୍ରାମ୍ୟ ରାସ୍ତାକୁ ଅବରୋଧ କରିଥିଲେ।
ଖଵର ପାଇ ବାଲୁଗା୍ଁ ଏସଡିପିଓ ମାନସ ରଂଜନ ବାରିକ ଓ ଟାଙ୍ଗୀ ତହସିଲଦାର ଶରତ କୁମାର ଦେହୁରୀ ଘଟଣା ସ୍ଥଳରେ ପହଂଚି ଲୋକ ମାନଙ୍କ ଅଭିଯୋଗ ଶୁଣିବାପରେ ଘଟଣାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ହଟିଥିଲା। ଏହା ସହ ଏସଡିପିଓ ଓ ତହସିଲଦାର ଆଡିଆ ପଡା ଗ୍ରାମବାସୀଙ୍କ ଘର ଘର ବୁଲି କ୍ଷୟକ୍ଷତି ଅନୁଧ୍ୟ୍ୟାନ କରିଛନ୍ତି। ଏନେଇ ଆବଶ୍ୟକୀୟ ପଦକ୍ଷେପ ନେଵେ ବୋଲି ତହସିଲଦାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।