ମି ଠୁ : ପ୍ରିୟା ରମାନୀଙ୍କ ବିରୋଧରେ ଆକବରଙ୍କ ମାନହାନି ମୋକଦ୍ଦମା

Published: Apr 10, 2019, 1:22 pm IST

ମି ଠୁ ମୁଭ୍‌ମେଣ୍ଟରେ ସାମ୍ବାଦିକା ପ୍ରିୟା ରମାନୀଙ୍କ ବିପକ୍ଷରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି ଏମ୍‌ ଜେ ଆକବର। ବୁଧବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌ ଜେ ଆକବର ଦିଲ୍ଲୀର ଏକ କୋର୍ଟରେ ପ୍ରିୟାଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ପ୍ରିୟା କୋର୍ଟରେ ହାଜର ହୋଇଛନ୍ତି। ମୁଖ୍ୟ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ସମର ବିଶାଳଙ୍କ ଆଗରେ ହାଜର ହୋଇ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ ରମାନୀ। ସୂଚନାଯୋଗ୍ୟ ଯେ ସାମ୍ବାଦିକା ପ୍ରିୟା ରମାନୀ ଆକବରଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ଗତବର୍ଷ ଅକ୍ଟୋବର ୧୭ ତାରିଖରେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିବା ସହିତ ଏକ ମାନହାନି ମୋକଦ୍ଦମା ଦାୟର କରିଥିଲେ। ଏହି ମାମଲାର ଆଗାମୀ ଶୁଣାଣି ପାଇଁ କୋର୍ଟ ମେ ୪ ତାରିଖ ଧାର୍ଯ୍ୟ କରିଥିବା ବେଳେ ରମାନୀଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି।

Related posts