ଆଗାମୀ ଲୋକସଭା ନିର୍ବାଚନକୁ ନେଇ ମତ ରଖିଛନ୍ତି ଯୋଗଗୁରୁ ବାବା ରାମଦେବ। ସେ କହିଛନ୍ତି ଯେ, ମତଦାତା ଚିହ୍ନ ଦେଖି ନୁହେଁ, ବରଂ ବ୍ୟକ୍ତିଙ୍କୁ ଦେଖି ଭୋଟ୍ ଦେବା ଉଚିତ୍। ଏପରି ଲୋକଙ୍କୁ ଭୋଟ୍ ଦେବା, ଯାହା ହାତରେ ଦେଶ ସୁରକ୍ଷିତ ରହିବ। ଯାହାର ନୀତି, ନିୟମ ଓ ନେତୃତ୍ବ ଓ ଚରିତ୍ର ପବିତ୍ର , ତାକୁ ହିଁ ଭୋଟ୍ ଦେବା ଉଚିତ୍ ହେବ ବୋଲି ରାମଦେବ କହିଛନ୍ତି। କେବଳ ଭାରତ ମାତାର ଜୟ କହିଲେ ଚଳିବ ନାହିଁ, ଏବେ ଗରିବ, ଶ୍ରମିକ ଶୋଷିତଙ୍କୁ ନ୍ୟାୟ ଦେବାରସମୟ ଆସିଛି। ୨୦୧୪ ମସିହାରେ ବାବା ବିଜେପି ଓ ମୋଦି ସରକାରଙ୍କୁ ସମର୍ଥନ କରିଥିଲେ। ଚଳିତ ନିର୍ବାଚନରେ ସେ କୌଣସି ପାର୍ଟି ସପକ୍ଷରେ ଯୁକ୍ତି ବାଢିନାହାନ୍ତି। ଚଳିତଥର ମଧ୍ୟ ବିଜେପି ପାଇଁ ପ୍ରଚାର କରିବେ ନାହିଁ ବୋଲି ମନା ମଧ୍ୟ କରିଥିଲେ ରାମଦେବ। ନିର୍ବାଚନ ଅବସରରେ ବାବା କହିଛନ୍ତି ଯେ, ଯିଏ, ଭାରତବାସୀଙ୍କ ଜୀବନର ସ୍ତରକୁ ଉପରକୁ ଉଠାଇବା ସହିତ ଗରିବ, ଶ୍ରମିକ ତଥା ଶୋଷିତମାନଙ୍କ ଅଧିକାର ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ, ସେପରି ଲୋକଙ୍କୁ ଭୋଟ ଦେବା ଉଚିତ୍। ସୂଚନାଯୋଗ୍ୟ ୭ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନର ପ୍ରଥମ ମତଦାନ ଆସନ୍ତା କାଲି ହେବାକୁ ଯାଉଛି। ସମସ୍ତ ମତଦାନ ସରିବା ପରେ ଆସନ୍ତା ମେ ୨୩ ତାରିଖରେ ଫଳାଫଳ ଘୋଷଣା କରାଯିବାର ସୂଚନା ରହିଛି।
( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )