୧୦୦ କୋଟି କ୍ଲବ୍‌ରେ ଲୁସିଫର

Published: Apr 10, 2019, 1:45 pm IST
lucifer crosses 100 crore mark

ମାଲାୟଲମ ଚଳଚିତ୍ର ଲୁସିଫର ୧୦୦କୋଟି କ୍ଲବ୍‌ରେ ସାମିଲ୍‌ ହୋଇଛି। ରିଲିଜ୍‌ ହେବାର ୮ଦିନ ମଧ୍ୟରେ ସୁପରଷ୍ଟାର ମୋହନଲାଲଙ୍କ ଫିଲ୍ମ ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ସଫଳ ହୋଇଛି। ୧୦୦ କୋଟି କ୍ଲବ୍‌ରେ ମୋହନଲାଲଙ୍କର ଏହା ତୃତୀୟ ଫିଲ୍ମ ହୋଇଥିବା ବେଳେ ଦ୍ବିତୀୟ ମାଲାୟଲମ୍‌ ଫିଲ୍ମ। ପ୍ରଥମେ ୨୦୧୬ରେ ମୋହନଲାଲ ଅଭିନୀତ ପୁଲି ମୁରୁଗନ୍‌ ଏହି ମାଇଲଖୁଣ୍ଟ ଛୁଇଁଥିଲା। ଦ୍ବିତୀୟ ମାଲାୟଲମ ଫିଲ୍ମ ଭାବରେ ନିବିନ୍‌ ପଉଲିଙ୍କ ଅଭିନୀତ କାୟାମକୁଲମ୍‌ କାେଚ୍ଚୁନି ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲା। ସେହିପରି ୨୦୧୭ରେ ମୋହନଲାଲଙ୍କ ତେଲୁଗୁ ଫିଲ୍ମ ଜନତା ଗ୍ୟାରେଜ୍‌ ମଧ୍ୟ ୧୦୦କୋଟି ଅତିକ୍ରମ କରିଥିଲା। ପୃଥ୍ବୀରାଜ ସୁକୁମାରନଙ୍କ ନିର୍ଦ୍ଦେଶିତ ଏହି ପଲିଟିକାଲ ଥ୍ରୀଲର ବର୍ତ୍ତମାନ ମଧ୍ୟ ହାଉସଫୁଲ୍‌ ଚାଲିଥିବାରୁ ଏହା ପୁଲି ମୁରୁଗନ୍‌ର ୧୪୦କୋଟିକୁ ଅତିକ୍ରମ କରିବାର ସମ୍ଭାବନା ରହିଛି। ଫିଲ୍ମଟିରେ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ବିବେକ ଓବେରୟ, ଟୋଭିନୋ ଥୋମାସ, ଇନ୍ଦ୍ରଜିତ୍‌ ଏବଂ ମଞ୍ଜୁ ଓ୍ବାରିୟର ରହିଛନ୍ତି।

Related posts