
ନୂଆଦିଲ୍ଲୀ: ରାମ ମନ୍ଦିର ପାଇଁ ଜମି କିଣିବାରେ ରାମ ଜନ୍ମଭୂମୀ ଟ୍ରଷ୍ଟ ଉପରେ ବଡ ଭ୍ରଷ୍ଟାଚାର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବାକ, ଟ୍ରଷ୍ଟର ସମ୍ପାଦକ ଚମ୍ପତ ରାୟ କିଛି ସମୟ ପୂର୍ବରୁ ୨ କୋଟି ଟଙ୍କାରେ ବିକିଥିଲେ। କିନ୍ତୁ ସେହି ଜମିକୁ କିଛି ସମୟ ପରେ ୧୮.୫ କୋଟି ଟଙ୍କାରେ କିଣାଯାଇଥିଲା। ଆମ ଆଦ୍ମି ପାର୍ଟିର ସାଂସଦ ସଞ୍ଜୟ ସିଂହ ଏବଂ ସମାଜବାଦୀ ପାର୍ଟିର ନେତା ତଥା ପୂର୍ବତନ ମନ୍ତ୍ରୀ ପବନ ପାଣ୍ଡେ ରାମ ଜନ୍ମଭୂମୀ ଟ୍ରଷ୍ଟ ଉପରେ ଅଭିଯୋଗ ଆଣିଛନ୍ତି।
ତେବେ ଏହି ଅଭିଯୋଗ ପରେ ଚମ୍ପତ ରାୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ରାଜନୈତିକ ଭାବନାରେ ପ୍ରେରିତ ହୋଇ ଲୋକଙ୍କୁ ଭ୍ରମିତ କରିବା ପାଇଁ ସେମାନେ ଏଭଳି ଅଭିଯୋଗ ଆଣିଛନ୍ତି। ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଏପର୍ଯ୍ୟନ୍ତ ଯେତେ ଜମି କିଣିଛି, ସେସବୁ ଜମି ଖୋଲା ବଜାର ଠାରୁ କମ ମୂଲ୍ୟରେ କିଣାଯାଇଛି।