Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇନ୍ଦ୍ରାବତୀ କେନାଲ ପାଣି ଯୋଗାଣ ସଂପର୍କରେ ମନ୍ତୀଙ୍କ ସମୀକ୍ଷା
ଆଜିର ଖବର

ଇନ୍ଦ୍ରାବତୀ କେନାଲ ପାଣି ଯୋଗାଣ ସଂପର୍କରେ ମନ୍ତୀଙ୍କ ସମୀକ୍ଷା

June 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଇନ୍ଦ୍ରାବତୀ ଜଳସେଚନ ଯୋଜନାରେ ଆଗାମୀଦିନରେ ସଠିକ ଭାବରେ ଜଳସେଚନ ବ୍ୟବସ୍ଥା କରାଯିବା ପାଇଁ ଜୁନାଗଡ ବିଧାୟକ ତଥା ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଭାଗୀୟ ପଦାଧିକଲାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଭବାନୀପାଟଣାସ୍ଥିତ ସର୍କିଟ ହାଉସରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠଖରେ ଇନ୍ଦ୍ରାବତୀ ମୂଖ୍ୟ ନିର୍ମାଣ ଯନ୍ତ୍ରୀ, ବାମ ମୂଖ୍ୟ କେନାଲର ନିର୍ବାହୀ ଯନ୍ତ୍ରୀ, ଡାହାଣ ମୂଖ୍ୟ କେନାଲର ନିର୍ବାହୀ ଯନ୍ତ୍ରୀ, ଓଏଚପିସିର ମୂଖ୍ୟ ସାଧାରଣ ପରିଚାଲକ, ସାଧାରଣ ପରିଚାଲକ ପ୍ରମୂଖ ଉପସ୍ଥିତ ଥିଲେ।

ଆଗାମୀ ଦିନରେ କେନାଲ ଗୁଡିକର ତୁରନ୍ତ ମରାମତି, କେନାଲ ତଳମୁଣ୍ଡକୁ ଜଳସେଚନ ପାଣି ପହଂଚାଇବା ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ବାମକେନାଲ ଅନ୍ତଗ୍ରତ ଅମ୍ବାଦୁଲା ଡିଷ୍ଟ୍ରିବ୍ୟୂଟାରୀ, ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରୀ, ଡାହାଣ କେନାଲର ମୁଣ୍ଡରାଗୁଡା ଡିଷ୍ଟ୍ରିବ୍ୟୁଟାରୀ, ଭତ୍ରାଯୋର ଡିଷ୍ଟ୍ରିବ୍ୟୁଟାରୀ ଆଦି ଅନେକ କେନାଲର ଲାଇନିଂ କାର୍ଯ୍ୟ କରାଯିବା ପାଇଁ ମାନ୍ୟବର ମନ୍ତ୍ରୀ ବିଭାଗୀୟ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ସେହିପରି ବାମ କେନାଲରୁ ତଳମଲା, ଆଟିଗାଂ ଅଂଚଳକୁ ଜଳସେଚନ ବ୍ୟବସ୍ଥା ସୂଚାରୂ ରୂପେ କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଇନ୍ଦ୍ରାବତୀ ବହୁମୂଖି ଜଳସେଚନ ଯୋଜନାକୁ କଳାହାଣ୍ଡି ଜିଲ୍ଲାର ଜୀବନରେଖା ବୋଲି କୁହାଯାଉଥିବା ବେଳେ ଜଳସେଚନ ଯୋଜନାରେ ପ୍ରତିବର୍ଷ ଅବ୍ୟବସ୍ଥା ଦେଖାଯାଇଥାଏ। ଏହି ଯୋଜନାରେ ୬୦୦ ମେଗାୱାଟ ଜଳବିଦ୍ୟୁତ ଉତ୍ପାଦନ କ୍ଷମତା ଥିବା ବେଳେ ସେଥିରୁ ଉଦବୃତ ଜଳ ମଙ୍ଗଳପୁର ଠାରେ ହାତୀନଦୀ ଶଯ୍ୟା ଉପରେ ବେରେଜ ନିର୍ମାଣ କରାଯାଇ ବାମ ଓ ଡାହାଣ କେନାଲ ମାଧ୍ୟମରେ ଖରିଫ ଓ ରବି ଋତୁରେ ଚାଷ ପାଇଁ ଜଳସେଚନ ବ୍ୟବସ୍ଥା କରାଯାଇଥାଏ। ଏହି ଜଳସେଚନ ବିଭାଗୀୟ ପଦାଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅବ୍ୟବସ୍ଥା ମଧ୍ୟରେ ହେଉଥିବା ବେଳେ ପ୍ରାୟତଃ ସମସ୍ତ କେନାଲର ଶେଷମୁଣ୍ଡକୁ କେନାଲ ପାଣି ପହଂଚି ପାରିନଥାଏ।

ଅନ୍ୟପକ୍ଷରେ ଜଳବିଦ୍ୟୁତ ବିଭାଗ ଓଏଚପିସି ଓ ଜଳସେଚନ ବିଭାଗର ତାଳମେଳ ରହୁନଥିବା ହେତୁ ଚାଷି ମାନଙ୍କ ଆବଶ୍ୟକତା ସମୟରେ ଜଳସେଚନ ପାଇଁ ପାଣି ଅଭାବ ଦେଖାଦେଉଥିବା ବେଳେ ଅନାବଶ୍ୟକ ସମୟରେ ମାତ୍ରାଧିକ ପାଣି କେନାଲରେ ଛାଡି ଦେଉଥିବା ଯୋଗୁଁ ଚାଷ ନଷ୍ଟ ହେଉଥିବାର ଅନେକ ଉଦାହରଣ ମଧ୍ୟ ରହିଛି। ଅତୀତରେ ଏନେଇ ଚାଷୀ ମହଲରେ ଅନେକବାର ଦାବୀ ହେବା ସହ ଜିଲ୍ଲା କୃଷକ ଫେେରେସନ ତରଫରୁ ଅନେକ ବାର ଉଦ୍ୟମ କରାଯାଇଥିଲେହେଁ ଓଏଚପିସି ପଦାଧରକାରୀ ଓ ଜଳସେଚନ ବିଭାଗୀୟ ପଦାଧିକାରୀ ଙ୍କ ଅସହଯୋଗ ହେତୁ କୌଣସି ଫଳପ୍ରଦ ହୋଇପାରିନାହିଁ। ବର୍ତ୍ତମାନ ଶକ୍ତି ବିଭାଗ ଦାୟୀତ୍ୱରେ ଜିଲ୍ଲାର ମନ୍ତ୍ରୀ ଥିବା ହେତୁ ଆଗାମୀ ଦିନରେ ଏସଂପର୍କରେ ଅଗ୍ରଗତି ହୋଇପାରିବ ବୋଲି ଚାଷୀ ମହଲରେ ଆଶା ସଂଚାର ହୋଇଛି।

ଇନ୍ଦ୍ରାବତୀ କେନାଲ କଳାହାଣ୍ଡି ସମୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Latest News

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.