ଭେଟରାନ୍ ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ ଫ୍ରାନ୍ସର ବେନୋଏଟ୍ ପେୟରଙ୍କୁ ସାଥୀ କରି ମରକ୍କୋ ଏଟିପି ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟର ଡବଲ୍ସ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ୭-୬ ଏବଂ ୬-୩ର ସିଧାସଳଖ ସେଟ୍ରେ ଅନ୍ୟତମ ଭାରତୀୟ ଖେଳାଳି ଦ୍ବିଜି ସରନ ଏବଂ ବ୍ରାଜିଲ୍ର ମାର୍ସେଲୋ ଡେମୋଲିନରଙ୍କ ଯୋଡିକୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍ରେ ପେସ୍ ପେୟର୍ସ ଯାେଡି ୬ଟିରୁ ୫ଟି ବ୍ରେକ୍ ପଏଣ୍ଟ ହାସଲ କରିଥିଲେ। ଏକକ ବିଭାଗରେ ପ୍ରତିଦ୍ବନ୍ଦିତା କରୁଥିବା ସୁମିତ ନାଗଲ ମଧ୍ୟ ପ୍ରଥମ ରାଉଣ୍ଡ ମ୍ୟାଚ୍ରେ ବିଜୟୀ ହୋଇଛନ୍ତି। ଜର୍ମାନୀର ପିଟର ହେଲରଙ୍କ ବିପକ୍ଷ ମ୍ୟାଚ୍କୁ ୧ ଘଣ୍ଟା ୫୫ ମିନିଟ୍ ସମୟ ନେଇ ବିଜୟୀ ହୋଇଥିଲେ ନାଗଲ । ୧-୬,୬-୧ ଏବଂ ୬-୦ ସେଟ୍ରେ ବିଜୟୀ ହୋଇଥିଲେ ନାଗଲ୍।