Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅସାଧୁ ମିଲର୍ସ ଓ ଧାନ ଦଲାଲଙ୍କ ମଧୁଚନ୍ଦ୍ରିକାରେ ପେଶୀ ହେଉଛନ୍ତି ନୀରିହ ଚାଷୀ
ଆଜିର ଖବର

ଅସାଧୁ ମିଲର୍ସ ଓ ଧାନ ଦଲାଲଙ୍କ ମଧୁଚନ୍ଦ୍ରିକାରେ ପେଶୀ ହେଉଛନ୍ତି ନୀରିହ ଚାଷୀ

June 20, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଧାନ ମଣ୍ଡି ସମସ୍ୟା ର ଅନ୍ତ ହିଁ ନାହିଁ। ପ୍ରତି ଧାନ ସିଜନରେ ଚାଷି ମହଲରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଥାଏ। ପ୍ରତି ଧାନ ଚାଷ ରୁ ଧାନ ବିକ୍ରି ନସାରୁଣୁ ପୁଣି ନୂଆ ଚାଷ ପାଇଁ ପ୍ରସ୍ତୃତି ଆରମ୍ଭ ହୋଇଥାଏ। ଏହା ସହିତ ପ୍ରାକୃତିକ ଦୁର୍ବିପାକ ଚାଷୀଙ୍କ ଅବସ୍ଥା ଖରାପ କରିଦେଇଥାଏ। ଏଥିସହିତ ପରିବାର ଚଳାଇବା ସହ ବିଭିନ୍ନ ଖର୍ଚ୍ଚ ତୁଳାଇବାକୁ ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନ ର ମୂଲ୍ୟ ଉପରେ ନିର୍ଭର କରିଥାଏ।

ଅନ୍ୟ ପକ୍ଷରେ ଧାନ ମଣ୍ଡିରେ ଭିତ୍ତିଭୂମିର ଅଭାବ ଥିବା ହେତୁ ମଣ୍ଡି ମାନଙ୍କରେ ପେକ୍ସ କିମ୍ବା ଏସଏଚଜି ନାମରେ ସିଧା ସଳଖ ମିଲର୍ସ ମାନେ ହିଁ ଧାନ କିଣୁଥିବାର ଅଭିଯୋଗ ହୋଇଥାଏ। ଏହାର ସୁଯୋଗ ନେଇ ଅସାଧୁ ମିଲର୍ସ ମାନେ ଦଲାଲ ମାଧ୍ୟମରେ ଚାଷିଙ୍କୁ ବିଭିନ୍ନ ଉପାୟରେ ଲୁଟ କରୁଥିବାର ଅନେକ ଅଭିଯୋଗ ହୋଇଛି। କେତେକାଂଶରେ ଧାନ କିଣା ଦାୟୀତ୍ୱରେ ଥିବା ପାକ୍ସ ର ଅସାଧୁ କର୍ମଚାରୀ କିମ୍ବା ଏସଏଚଜି କର୍ମକର୍ତା ମାନେ ବ୍ୟାପକ ଭାବେ ଜମିଜମା କାଗଜାତରେ ଜାଲିଆତି ସାଙ୍ଗକୁ ଚଷୀ ପଂଜୀକରଣରେ ବ୍ୟାପକ ହେରାଫେରୀ କରୁଥିବା ଅଭିଯୋଗମାନ ହୋଇଛି। ଏସବୁ ସମସ୍ୟାର ସମାଧାନ ପାଇଁ ଚାଷୀ ମହଲରେ ଆପତ୍ତି ଅଭିଯୋଗ କରାଯାଉଥିଲେ ହେଁ ସେମାନଙ୍କ ସମସ୍ୟା ସମାଧାନ ପାଇଁ ତତ୍ପରତା ପ୍ରକାଶ ପାଉନଥିବା ଚାଷି ମହଲରେ ଅଭିଯୋଗ ହେଉଛି।

ନିକଟରେ ଏଭଲି ଏକ ନିଚ୍ଛକ ଘଟଣା କୋକସରା ବ୍ଲକ ଅନ୍ତର୍ଗତ କାଶୀବାହାଲ ଧାନ ମଣ୍ଡିରେ ଅଭିଯୋଗ ହୋଇଥିବାର ଜଣାପଡିଛି। ଜୁନ୬ ତାରିଖ ରବିବାର ରାତିରେ ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରୀ କେନାଲ ରାସ୍ତା ଉପରେ ଓଆର୧୦/୨୬୪୮ ନମ୍ବର ଟ୍ରକରେ ଧାନ ବସ୍ତା ଲୋଡିଂ ହେଉଥିବାର କୋକସରା ଥାନାରେ ଅଭିଯୋଗ ହେବା ପରେ ସଂପୃକ୍ତ ଟ୍ରକକୁ ଧାନ ସହ କୋକସରା ଥାନାକୁ ନିଆଯାଇଥିବା ଜଣାପଡିଥିଲା।

ଏସଂପର୍କରେ ଯୋଗାଣ ବିଭାଗ ପଦାଧିକାରୀ ଉକ୍ତ ଟ୍ରକର ରିଲିଜ ଅର୍ଡର ଦେବା ଯୋଗୁଁ ଟ୍ରକଟିକୁ ଛାଡିଦିଆଯାଇଥିବା କୋକସରା ପୋଲିସ ସୂତ୍ରରୁ ଜଣାପଡିଥିଲା। ହେଲେ ରାତିଅଧିଆ କିପରି ଓ କାହିଁକି କେନାଲ ହୁଡାରେ ଚାଷଜମିରୁ ଧାନ ବୋଝେଇ ହେଉଥିଲା ତାହା ସନ୍ଦେହ ଘେରରେ ରହିଛି। ଅତୀତରେ ନିଜ ପରିବାରର ସଭ୍ୟା ମାନଙ୍କୁ ନେଇ ବୋହୁକୁ ସଭାପତି କରାଇବା ସହିତ ନିଜେ ସଂପାଦକ ହୋଇ ଗଠିତ କରିଥିବା ଏକ ଏସଏଚଜି ଧାନ କିଣା ଦାୟୀତ୍ୱରେ ଥିବା ସଂପାଦକଙ୍କ ପୁଅ ଡିଇଓ ଏବଂ ଦଲାଲି କରୁଥିବା ସ୍ୱାମୀ ମିଶି ଚାଷି ପଂଜିକରଣରେ ବ୍ୟାପକ ହେରାପେରୀ ଏବଂ ଅନିୟମିତତା କରିବା ଅଭିଯୋଗ ହେବାପରେ ଜିଲ୍ଲାପ୍ରଶାସନ ଉକ୍ତ ଏସଏଚଜିକୁ ଧାନ କିଣା କାରବାରରୁ ବାଛନ୍ଦ କରିଥିବା ଜଣାପଡିଛି।

ହେଲେ ଚଳିତ ରବି ଋତୁରେ ଏହି ଟ୍ରକ ରାତିଅଧିଆ କେନାଲ ରାସ୍ତାରେ ଧାନ ବୋଝେଇ କରୁଥିବା ବେଳେ ଉକ୍ତ ଏସଏଚଜିର ସଂପାଦକଙ୍କ ସ୍ୱାମୀଙ୍କ ଏହି ଧାନ କାରବାର ହେଉଥିବା ଜଣାପଡିଛି। ଗତ ମଇ ମାସ ୩୦ ତାରିଖରେ ସଂପୃକ୍ତ ବ୍ୟକ୍ତିଙ୍କ ଟୋକନ ମାଧ୍ୟମରେ ଧାନ କିଣାଯାଇଥିବା ସଂପୃକ୍ତ ଧାନକିଣା ସଂସ୍ଥା ତରଫରୁ କୁହାଯାଉଛି। ହେଲେ ଏହି ଧାନ କାହାର ଓ କାହିଁକି କ୍ଷେତ ମଝିରେ ଥିବା କେନାଲ ରାସ୍ତା ଉପରେ ଟ୍ରକରେ ବୋଝେଇ କରାଯାଉଥିଲା ତାହା ସନ୍ଦେହ ଘରରେ ରହିଛି।

ସଂପୃକ୍ତ ଟ୍ରକ ଲଡୁଗାଁର ଏକ ରାଇସ ମିଲର ବୋଲି ଜଣାପଡିଛି। ପାରିବାରିକ ଅନୁସାରେ ଗଠିତ ଏବଂ ପ୍ରଶାସନ ଆଖିରେ ଧୂଳି ଦେଇ ଚଂଚକତା କରି ଧାନ କିଣା ଦାୟୀତ୍ୱରେ ଥିବା ଏହି ଏସଏଚଜି ମାଧ୍ୟମରେ ଲଡୁଗାଂର ସେହି ରାଇସ ମିଲ ଅତୀତରେ ବ୍ୟାପକ ଜାଲିଆତି ଏବଂ ହେରାପେରୀ କରୁଥିବା ଉକ୍ତ ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇପଡୁଛି। ଏସଏଚଜି ସଂପାଦକଙ୍କ ସ୍ୱାମୀ ସହ ମିଶି ରାତିଅଧିଆ ଧାନ ଚାଲାଣ କରୁଥିବା ଏହି ରାଇସ ମିଲ ମାଲିକ ପକ୍ଷରୁ ଘଟଣା ସଂପର୍କରେ ଅଭିଯୋଗ କରିଥିବା ଚାଷି ମାନେ ଅଯଥା ହଇରାଣ କରୁଛନ୍ତି ବୋଲି ଜିଲ୍ଲାପ୍ରଶାସନ ପାଖରେ ଅଭିଯୋଗ କରିଥିବା କୁହାଯାଉଛି।

ଏସଏଚଜି ସଂପାଦକଙ୍କ ସ୍ୱାମୀ ସହ ସଲାସୁତୁରା କରି ବ୍ୟାପକ ଚଂଚକତା କରୁଥରବା ରାଇସ ମିଲ ମାଲିକ ମାନେ ବିଭିନ୍ନ ଉପାୟରେ ଚାଷି ମାନଙ୍କୁ ହଇରାଣ ହରକତ କରିବା ସହିତ ଟୋକନ ଏବଂ ଧାନର ମାନ ଆଳ ଦେଖାଇ ମନଇଚ୍ଛା ଉଠାଣ କରୁଥିବା ହେତୁ ବହୁ ଚାଷି ଧାନ ବିକି ନପାରି ମଣ୍ଡିରେ ପକାଇ ରଖିଥିବା ଜଣାପଡିଛି। ଯଦିଓ ଠିକ ଭାବେ ଧାନ ଉଠାଣ ହେଉଛି ତେବେ ରାତିଅଧିଆ ଚାଷ ଜମି ମଧ୍ୟରେ କେନାଲ ରାସ୍ତା ଉପରେ ଧାନ ବୋଝେଇ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ହେଉଥିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଅସାଧୁ ମିଲର୍ସ ଧାନ କିଣାସଂସ୍ଥାର ଅସାଧୁ କର୍ମଚାରୀ ମାନଙ୍କ ସହାୟତାରେ ଚାଷିଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେବା ସହ ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବୀ ହେଉଛି।

ଧାନ ଦଲାଲ
Share. Facebook Twitter LinkedIn Email WhatsApp Copy Link

Related Posts

‘ଜାତୀୟ ଶିକ୍ଷାନୀତି ୨୦୨୦’ କାର୍ଯ୍ୟକାରିତା ନେଇ କର୍ମଶାଳା

September 11, 2025

କତାରର ଅମୀର ଶେଖ୍ ତମିନ୍ ବିନ୍ ହମଦ୍ ଅଲ୍ ଥାନିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

September 11, 2025

ଭୁବନେଶ୍ବର ନ୍ୟୁ ସିଟି କୁ କ୍ୟାବିନେଟ ମଂଜୁରୀ, ୮୦୦ ଏକର ସ୍ଥାନରେ ହେବ ସହର, ବ୍ୟୟ ଅଟକଳ ୮୧୭୯ କୋଟି

September 11, 2025

ବିଶ୍ବରେ କେଉଁଠି ସର୍ବାଧିକ ହୀରା ଗଛିତ ଅଛି, ଜାଣିଲେ ହେବେ ଆଶ୍ଚର୍ଯ୍ୟ

September 11, 2025
Latest News

‘ଜାତୀୟ ଶିକ୍ଷାନୀତି ୨୦୨୦’ କାର୍ଯ୍ୟକାରିତା ନେଇ କର୍ମଶାଳା

September 11, 2025

କତାରର ଅମୀର ଶେଖ୍ ତମିନ୍ ବିନ୍ ହମଦ୍ ଅଲ୍ ଥାନିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

September 11, 2025

ଭୁବନେଶ୍ବର ନ୍ୟୁ ସିଟି କୁ କ୍ୟାବିନେଟ ମଂଜୁରୀ, ୮୦୦ ଏକର ସ୍ଥାନରେ ହେବ ସହର, ବ୍ୟୟ ଅଟକଳ ୮୧୭୯ କୋଟି

September 11, 2025

ମୋହନ ଭାଗବତଙ୍କ ଜନ୍ମଦିନ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ, ଲେଖିଲେ ଏକ ପ୍ରବନ୍ଧ

September 11, 2025

ବିଶ୍ବରେ କେଉଁଠି ସର୍ବାଧିକ ହୀରା ଗଛିତ ଅଛି, ଜାଣିଲେ ହେବେ ଆଶ୍ଚର୍ଯ୍ୟ

September 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.