Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡେପୁଟେସରେ ଶିକ୍ଷକ ଓ କିରାଣୀ: ଡଇଁଚା ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମରୁଡି
ଆଜିର ଖବର

ଡେପୁଟେସରେ ଶିକ୍ଷକ ଓ କିରାଣୀ: ଡଇଁଚା ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମରୁଡି

June 26, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଶିକ୍ଷା ବିଭାଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କୈାଣସି ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିବ ନାହିଁ ବୋଲି ଡିଣ୍ଡିମ ମଧ୍ୟ ପିଟୁଛନ୍ତି। ଉନ୍ନତ ମାନର ଶିକ୍ଷା ପାଇଁ ଶିକ୍ଷକମାନଙ୍କୁ ଉନ୍ନତ ମାନର ତାଲିମ ମଧ୍ୟ ଦିଆଯାଇ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଶିକ୍ଷାର ମାନ ଦିନକୁ ଦିନ ବଦଳି ଯାଉଛି। କେଉଁଠି ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ପିଅନ ଓ କିରାଣୀ ଅଭାବ ପରିଲକ୍ଷିତ ହେଉଛି। ସରକାର ଏଥିପ୍ରତି ଟିକିଏ ବି ଧ୍ୟାନ ଦେଉ ନାହାନ୍ତି ବୋଲି ଅଭିଯୋଗ ମଧ୍ୟ ହେଉଛି।

ସେମିତି ଏକ ବିଦ୍ୟାଳୟ ରହିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଡଇଁଚା ଗ୍ରାମରେ ଥିବା ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ। ଦିନକୁ ଦିନ ଶିକ୍ଷକ ପଦବୀ ଖାଲି ପଡିବାରେ ଲାଗିଛି। ସରକାର ମଡେଲ ସ୍କୁଲ ଭାବରେ ଘୋଷଣା ମଧ୍ୟ କରିସାରିଛନ୍ତି। ପ୍ରଶାସନୀକ ଅଧିକାରୀମାନେ ଗସ୍ତ ପରେ ଗସ୍ତ ଏଇ ବିଦ୍ୟାଳୟକୁ କରୁଛନ୍ତି। ହେଲେ ଶିକ୍ଷକ ଅଛନ୍ତି ନା ନାହିଁ ସେ ଉପରେ ଧ୍ୟାନ ନାହିଁ। ଖାଲି ଘର, ଖେଳ ପଡିଆ ଆଦିକୁ ଗୁରୁତ୍ୱର ସହ ନେଇ ଅଧିକାରୀ ମାନେ ତୋଫାନୀ ଗସ୍ତ କରୁଛନ୍ତି।

ପ୍ରଶାସନୀକ ଅଧିକାରୀମାନେ କାହିଁକି ଏଇ ବିଦ୍ୟାଳୟକୁ ବିଷ ଚକ୍ଷୁରେ ଦେଖୁଛନ୍ତି ତାହା ଏଠାକାର ଅଭିଭାବକମାନେ ଜାଣି ପାରୁ ନାହାନ୍ତି। ରାତା ରାତି ବଦଳି ପାଲା, ଡେପୁଟେସନ୍ ପାଲା ଏଠି ଚାଲେ।

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ର ସଂଖ୍ୟା ଏସ୍ ବି ପି –ଏ -୩୭୪ ନ୪୪୩୩ (ତା ୨୫/୩/୨୦୨୧ ) ଓ ବ୍ଲକ୍ ଶିକ୍ଷା ଅଧିକାରୀ ନାକଟିଦେଉଳଙ୍କ ପତ୍ର ସଂଖ୍ୟା ୬୯୭/୦୭/୦୪/୨୦୨୧ ଅନୁଯାୟୀ ଗତ ୮ ଅପ୍ରେଲ ୨୦୨୧ ରେ ଶିକ୍ଷୟତ୍ରୀ ସଂଧ୍ୟାରାଣୀ ବିଶିଙ୍କୁ ଶିକ୍ଷା ବିଭାଗର ଅଧିକାରୀମାନେ ଏଠାରୁ ରେଢାଖୋଲ ବ୍ଲକ୍ ବାରବାଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ପଠାଇଦେଇଛନ୍ତି। ବାରବାଙ୍କର ଏହି ବିଦ୍ୟାଳରେ ୮ ଜଣ ଶିକ୍ଷକ ଥିବା ବେଳେ ଡଇଁଚା ନୋଡାଲ ଉଚ୍ଚ ବିଦ୍ୟାଳୟରୁ କାହିଁକି ଜଣେ ଶିକ୍ଷୟତ୍ରୀକୁ ଡେପୁଟେସନରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀ ପଠାଇଲେ ତାହା ସନ୍ଦେହ ହେଉଛି।

ଡଇଁଚା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ବାପୁଜୀ ଉଚ୍ଚ ବିଦ୍ୟାଳୟ କେବେଠୁ ମିଶ୍ରଣ ହେଲାଣି। ସରକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାଇବା ପାଇଁ ୪ ଜଣ ଶିକ୍ଷକ ନିଯୁକ୍ତି ଦେଇଥିଲେ। ଗତ ବର୍ଷ ୨ ଜଣ ଶିକ୍ଷକ ଥିଲେ। ହେଲେ ଆଉ ଜଣେ ଶିକ୍ଷୟତ୍ରୀକୁ ଅନ୍ୟତ୍ର ଡେପୁଟେସରେ ପଠାଇ ଦେବା ଯୋଗୁଁ ବର୍ତ୍ତମାନ ନେଟ୍ ମାଧ୍ୟମରେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ସରକାର ଏବେ ଇଂଟରନେନ୍ ମାଧ୍ୟମରେ ପାଠ ପଢା ପାଇଁ ପ୍ରତି ବିଦ୍ୟାଳକୁ ଚିଠି ମଧ୍ୟ କରିଛନ୍ତି। ହେଲେ ଡଇଁଚା ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଅନ୍ ଲାଇନ୍ ପାଠ ପଢାରେ ଘୋର ବ୍ୟାଘାତ ସୃଷ୍ଟି ହୋଇଛି।

ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାପୁଜୀ ଉଚ୍ଚ ବିଦ୍ୟାଳୟରେ ମିଶିଯିବା ଦିନଠୁ ଶିକ୍ଷକ ମରୁଡି ରହିଛି। ପ୍ରଶାସନୀକ ଅଧିକାରୀମାନେ ମନ ଇଚ୍ଛା କିଛି ଟଙ୍କା ପାଇ ଡେପୁଟେସରେ ପଠାଉଥିବା ଅଭିଯୋଗ ହେଉଛି। ଏପରିକି ନେତାମାନଙ୍କୁ ହାତ କରି ଶିକ୍ଷକ ମାନେ ବଦଳୀ ପାଲା କରୁଛନ୍ତି। ଡଇଁଚା ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରତି ପ୍ରଶାସନୀକ ଅଧିକାରୀମାନେ ଏତେ ହିନମନ୍ୟତା କାହିଁକି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ଅଭିଭାବକଙ୍କ ମହଲରେ।

ସୂଚନା ଯୋଗ୍ୟ ଯେ, ଏଠାରେ କିରାଣୀ ଭାବରେ କାମ କରୁଥିବା ମଦନ ମୋହନ ପ୍ରଧାନଙ୍କୁ ମଧ୍ୟ ଶିକ୍ଷା ବିଭାଗର ଅଧିକାରୀମାନେ ୨୦୧୭ ମସିହା ମାର୍ଚ୍ଚ ମାସରୁ ନାକଟିଦେଉଳ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଡେପୁଟେସନରେ ପଠାଇଛନ୍ତି। ଏଠାରେ ହାଇସ୍କୁଲର ସମସ୍ତ ଅଫିସ୍ କାମ କିରାଣୀ କରିବା ପରିବର୍ତ୍ତେ ଶିକ୍ଷକମାନେ ନିୟୋଜିତ ହେଉଛନ୍ତି। ଯା ଫଳରେ ଶିକ୍ଷକ ମାନେ ପାଠ ପଢାରେ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ହିନ୍ଦି ଆମର ରାଷ୍ଟ୍ରଭାଷା ହୋଇଥିବା ବେଳେ ଆଗରୁ ଏଠାରେ ଜଣେ ହିନ୍ଦିି ଶିକ୍ଷକ ଥାଇ ହିନ୍ଦି ପାଠ ପଢାଉ ଥିଲେ। ହେଲେ ଏଠାରେ ବହୁ ବର୍ଷ ହେଲା ହିନ୍ଦି ଶିକ୍ଷା ଦାନରେ ମଧ୍ୟ ବାଧା ପ୍ରାପ୍ତ ହୋଇଛି। ଯା ଫଳରେ ହିନ୍ଦି ପାଠ ପଢିବାରେ ପିଲାମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଶିକ୍ଷୟତ୍ରୀ ସଂଧ୍ୟାରାଣୀ ବିଶିକୁ ଶିଘ୍ର ଫେରାଇ ଆଣିବା କିମ୍ବା ତାଙ୍କ ବଦଳରେ ଆଉ ଜଣେ ଶିକ୍ଷକକୁ ଶିଘ୍ର ନିଯୁକ୍ତି ଦେବାକୁ ଅଭିଭାବକ ମାନେ ଦାବୀ କରିଛନ୍ତି।

ଆଗାମୀ ଦିନରେ ଶିକ୍ଷକ ଅଭାବକୁ ପୂରଣ ନ କଲେ ମୋ ସ୍କୁଲ ଅଭିଯାନ, ଏସ୍‌ଏମ୍‌ଡିସି ଓ ଏସ୍‌ଏମ୍‌ସିର ସମସ୍ତ ସଭ୍ୟ ସଭ୍ୟା ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିବେ ବୋଲି ପ୍ରକାଶ କରିଛନ୍ତି।

ଡଇଁଚା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.