Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୯୧ ଲୋକସଭା ଆସନ ପାଇଁ ଭୋଟଗ୍ରହଣ : ରେକର୍ଡ ସଂଖ୍ୟାରେ ଭୋଟଦାନ ପାଇଁ ମୋଦିଙ୍କ ଆହ୍ବାନ
ଆଜିର ଖବର

୯୧ ଲୋକସଭା ଆସନ ପାଇଁ ଭୋଟଗ୍ରହଣ : ରେକର୍ଡ ସଂଖ୍ୟାରେ ଭୋଟଦାନ ପାଇଁ ମୋଦିଙ୍କ ଆହ୍ବାନ

April 11, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
first phase voting starts in all over india
first phase voting starts in all over india

ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୦ଟି ରାଜ୍ୟର ୯୧ ଲୋକସଭା ଆସନରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରୁ ଆନ୍ଧ୍ରପ୍ରଦେଶ, ସିକ୍କିମ ଏବଂ ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟରେ ଦେଶରେ ମୋଟ ୧୪ କୋଟି ୨୦ ଲକ୍ଷ ଭୋଟର ମତଦାନ କରିବା ସହ ୧୨୭୯ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ଭୋଟଗ୍ରହଣ ପାଇଁ ୧ ଲକ୍ଷ ୭୦ ହଜାର ୬୬୪ ବୁଥ କରାଯାଇଛି। ମତଦାନ ଆରମ୍ଭ ହେବା କ୍ଷଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁ ସଂଖ୍ୟାରେ ଭୋଟର ବିଶେଷ କରି ନୂଆ ଭୋଟର ମାନଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ଟ୍ବିଟ୍‌ କରି ମୋଦି କହିଛନ୍ତି, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଲୋକମାନେ ରେକର୍ଡ ସଂଖ୍ୟକ ଭୋଟଦାନ କରନ୍ତୁ। ନାଗପୁରର ବୁଥ୍‌ ନଂ ୨୧୬ରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଏବଂ ବିଜେପିର ବରିଷ୍ଠ କର୍ମୀ ସୁରେଶ ଯୋଶୀ ପ୍ରଥମେ ଭୋଟ ଦେଇଛନ୍ତି। ସେହିପରି ଭାଗବତ ଭୋଟରଙ୍କୁ ନୋଟାରୁ ଦୂରେଇ ରହିବା ପାଇଁ ନିବେଦନ କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ ପରିବାର, ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଏବଂ ରମେଶ ପୋଖରିୟାଲ ମଧ୍ୟ ସକାଳୁ ସକାଳୁ ମତଦାନ କରିଥିବା ଦେଖାଯାଇଛି। ବିଭିନ୍ନ ଅଞ୍ଚଳରେ ସକାଳୁ ଭୋଟରମାନେ ପୋଲିଂ ବୁଥ ନିକଟରେ ଧାଡ଼ିବାନ୍ଧି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

 

firstphase thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଡିଏମକେରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ

February 27, 2026

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ

February 27, 2026

ଆସନ୍ତା ମାର୍ଚ୍ଚ ୫ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ୍ ଶାହ

February 27, 2026

ପୃଥକ୍ ପୃଥକ୍ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

February 27, 2026
Latest News

ଡିଏମକେରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ

February 27, 2026

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ

February 27, 2026

ଆସନ୍ତା ମାର୍ଚ୍ଚ ୫ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ୍ ଶାହ

February 27, 2026

ପୃଥକ୍ ପୃଥକ୍ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

February 27, 2026

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.