ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ: ବିକ୍ଷୋଭ ପ୍ରଦର୍ଶନ କଲା ଖୋର୍ଦ୍ଧା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା

Published: Jul 1, 2021, 3:17 pm IST

ଖୋର୍ଦ୍ଧା: ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା, ଟୋକାନ ସମସ୍ୟାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଛି। ଜିଲ୍ଲା ବିଜେପି ସଭାପତି ରଶ୍ମୀରଞ୍ଜନ ମହାପାତ୍ରଙ୍କ ନେତୃତ୍ଵରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଠାରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଧାନ ମଣ୍ଡିରୁ ଚାଷୀଙ୍କ ଧାନ ଉଠୁନଥିବାରୁ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି।

ପଞ୍ଜୀକୃତ ହୋଇଥିବା ସମସ୍ତ ଚାଷୀ ଓ ଅକାମୀ ହୋଇଥିବା ଟୋକାନରେ ଧାନ ଉଠାଇବା ପାଇଁ ବିଜେପି ଦାବି କରିଛି। ଏହି ପ୍ରରିପ୍ରେକ୍ଷୀରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ନୟାଗଡ-ବୋଲଗଡ ରାସ୍ତାକୁ ଅବରୋଧ କରାଯାଇ ପ୍ରତିବାଦ କରାଯାଇଛି। ଏହାର ସମାଧନା ଯଥାଶୀଘ୍ର କରାନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

ତେବେ ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା ବିଜେପି ସଭାପତି ରଶ୍ମୀରଞ୍ଜନ ମହାପାତ୍ରଙ୍କ ସମେତ ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ କିଶୋର ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ସ୍ଵାଇଁ, ବେଗୁନିଆ ମଧ୍ୟମ ମଣ୍ଡଳ ସଭାପତି ଭଗବାନ ପଣ୍ଡା, ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଶେଖ ହାଇଦର ଅଲି, ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ଶୁଭକାନ୍ତ ଖଡିରତ୍ନ, ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଗଙ୍ଗାଧର ସାମନ୍ତରାୟ, ଜିଲ୍ଲା କୃଷକ ମହିଳା ମୋର୍ଚ୍ଚା ସମ୍ପାଦକ ବାସନ୍ତୀ ନାୟକ, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ମହେନ୍ଦ୍ର କୁମାର ରାଉତରାୟ, ଜିଲ୍ଲା କୃଷକ ମୋର୍ଚ୍ଚା ସଦସ୍ୟ ରାଜୀବ ଲୋଚଣ ଷଡଙ୍ଗୀ ଏବଂ ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ଶଶାଙ୍କ ପ୍ରମୁଖ ସାମିଲ ଥିଲେ।

Related posts