ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩ ହଜାର ୨୬୫ ଆକ୍ରାନ୍ତ

Published: Jul 2, 2021, 7:30 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୨୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି କଟକରୁ ୪୬୭, ଖୋର୍ଦ୍ଧାରୁ ୪୬୭ , ଯାଜପୁରରୁ ୨୬୭, ବାଲେଶ୍ବରରୁ ୨୪୬, ଭଦ୍ରକରୁ ୧୯୯, ପୁରୀରୁ ୧୮୬, ଜଗତସିଂହପୁରରୁ ୧୬୨, ମୟୂରଭଞ୍ଜରୁ ୧୩୭, ଅନୁଗୁଳରୁ ୧୧୬, ନୟାଗଡରୁ ୧୦୭, ସୁନ୍ଦରଗଡରୁ ୯୦, ବରଗଡରୁ ୬୮, କେନ୍ଦ୍ରାପଡାରୁ ୬୮, ଢେଙ୍କାନାଳରୁ ୬୨, ନବରଙ୍ଗପୁରରୁ ୫୮, ରାୟଗଡାରୁ ୫୮, ମାଲକାନାଗିରିରୁ ୫୭, କେନ୍ଦୁଝରରୁ ୫୪, ସୋନପୁରରୁ ୪୩, ସମ୍ବଲପୁରରୁ ୨୭, ବୌଦ୍ଧରୁ ୨୫, କନ୍ଧମାଳରୁ ୨୪, ଗଜପତିରୁ ୨୦, କଳାହାଣ୍ଡିରୁ ୨୦, ଗଞ୍ଜାମରୁ ୧୮, ବଲାଙ୍ଗୀରିରୁ ୧୬, ନୂଆପଡାରୁ ୯, ଝାରସୁଗୁଡାରୁ ୯, ଦେବଗଡରୁ ୫ ଏବଂ ଷ୍ଟେଟ ପୁଲରୁ ୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୮୪ ହଜାର ୨୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୬ ହଜାର ୧୦୯ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୭ ହଜାର ୬୮୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୧୦୮ କୁ ବୃଦ୍ଧି ହୋଇଛି।

Related posts