
ନୂଆଦିଲ୍ଲୀ, ବିଜେପିର ବରିଷ୍ଠ ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି।
ଗତକାଲି ରାତିରେ 89 ବର୍ଷିୟ କଲ୍ୟାଣ ସିଂ ଶରୀରରୁ ପ୍ରବଳ ଝାଳ ବାହାରିଥିଲା। ଏହାପରେ ସେ ଅଚେତ ହୋଇପଡିଥିଲେ। ଫଳରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ରାମ ମନୋହର ଲୋହିଆ ହସପିଟାଲରେ ଭର୍ତ୍ତି କରାଯାଇଛି।
ତାଙ୍କ ଅସୁସ୍ଥତା ଖବର ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହସପିଟାଲ ଯାଇ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ। ଗତ ବର୍ଷ କଲ୍ୟାଣଙ୍କୁ କରୋନା ଆକ୍ରାନ୍ତ କରିଥିଲା। ସେ ପ୍ରାୟ ଏକ ମାସ ଧରି ହସପିଟାଲରେ ଚିକିତ୍ସିତ ହେଉଥିଲେ।
ସେ ରାଜସ୍ଥାନ ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।