ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ କଟକରୁ ୪୯୬, ଖୋର୍ଦ୍ଧାରୁ ୪୪୦, ବାଲେଶ୍ବରରୁ ୩୯୬, ମୟୂରଭଞ୍ଜରୁ ୨୧୯, ପୁରୀରୁ ୧୮୮, ଯାଜପୁରରୁ ୧୬୨, ନୟାଗଡରୁ ୧୩୦, ଭଦ୍ରକରୁ ୧୨୮, ମାଳାକାନାଗିରିରୁ ୮୮, ଜଗତସିଂହପୁରରୁ ୮୬, କେନ୍ଦ୍ରାପଡାରୁ ୭୦, କୋରାପୁଟରୁ ୪୯, ଢେଙ୍କାନାଳରୁ ୪୫, କେନ୍ଦୁଝରରୁ ୩୮, ଅନୁଗୁଳରୁ ୩୫, ସମ୍ବଲପୁରରୁ ୩୧, ନବରଙ୍ଗପୁରରୁ ୩୦, ସୁନ୍ଦରଗଡରୁ ୨୧, ରାୟଗଡାରୁ ୨୦, ସୋନପୁରରୁ ୨୦, ବୌଦ୍ଧରୁ ୧୯, ବରଗଡରୁ ୧୬, ଝାରସୁଗୁଡାରୁ ୧୬, କଳାହାଣ୍ଡିରୁ ୧୬, ଗଞ୍ଜାମରୁ ୧୫, କନ୍ଧମାଳରୁ ୧୪, ବଲାଙ୍ଗୀରିରୁ ୧୨, ନୂଆପଡାରୁ ୧୨, ଗଜପତିରୁ ୯, ଦେବଗଡରୁ ୨ ଏବଂ ଷ୍ଟେଟ ପୁଲରୁ ୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୩ ହଜାର ୧୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୨ ହଜାର ୩୩୦ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୪ ହଜାର ୬୮୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୪୧୪ କୁ ବୃଦ୍ଧି ହୋଇଛି।