
କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସଂଧ୍ୟାରେ ସରାପାଲି ପଂଚାୟତର ଜେମାଜୁରୀ ଗ୍ରାମରେ ଜନୈକ ଯୁବକ ମଟର ସଜାଡୁଥିବା ବେଳେ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି।
ପ୍ରକାଶ ଯେ, ନାକଟିଦେଉଳ ଥାନା ସରାପାଲି ପଂଚାୟତର ଜେମାଜୁରି ଗ୍ରାମର ମନୋଜ କିସାନ୍(୨୪) ନାମକ ଯୁବକ ଗାଧୋଇବା ପାଇଁ ଟୁଲୁ ମୋଟର ଲାଇନରେ ସଂଯୋଗ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣା ପଡିଛି। ଆହତ ମନୋଜ କିସାନକୁ ନାକଟିଦେଉଳ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।
ନାକଟିଦେଉଳ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ମୃତକର ଶବକୁ ବ୍ୟବଚ୍ଛେଦ ପାଇଁ ଆସନ୍ତାକାଲି ରେଢାଖୋଲ ଡାକ୍ତରଖାନାକୁ ପଠାଯିବ ବୋଲି ଜଣା ପଡିଛି।