ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୨୪୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୫୦, କଟକରୁ ୨୮୪, ଯାଜପୁରରୁ ୧୬୩, ମୟୂରଭଞ୍ଜରୁ ୧୬୧, ବାଲେଶ୍ବରରୁ ୧୫୦, ଭଦ୍ରକରୁ ୧୩୮, ପୁରୀରୁ ୧୨୪, ଜଗତସିଂହପୁରରୁ ୧୦୮, ଅନୁଗୁଳରୁ ୯୨, ସୁନ୍ଦରଗଡରୁ ୮୭, ନୟାଗଡରୁ ୭୮, ଢେଙ୍କାନାଳରୁ ୭୧, କେନ୍ଦୁଝରରୁ ୫୭, ମାଳାକାନାଗିରିରୁ ୩୨, ରାୟଗଡାରୁ ୨୮, କେନ୍ଦ୍ରାପଡାରୁ ୨୭, କନ୍ଧମାଳରୁ ୨୬, କୋରାପୁଟରୁ ୨୪, ବରଗଡରୁ ୧୦, ସମ୍ବଲପୁରରୁ ୧୦, କଳାହାଣ୍ଡିରୁ ୯, ଗଞ୍ଜାମରୁ ୭, ନବରଙ୍ଗପୁରରୁ ୬, ସୋନପୁରରୁ ୬, ବୌଦ୍ଧରୁ ୫, ଦେବଗଡରୁ ୫, ଝାରସୁଗୁଡାରୁ ୫, ଗଜପତିରୁ ୪, ନୂଆପଡାରୁ ୪, ବଲାଙ୍ଗୀରିରୁ ୧ ଏବଂ ଷ୍ଟେଟ ପୁଲରୁ ୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୩୨ ହଜାର ୬୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୫ ହଜାର ୯୭୪ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ ହଜାର ୨୯୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୧୧୬ କୁ ବୃଦ୍ଧି ହୋଇଛି।