
ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜନୀତିରେ ପୁଣିଥରେ ହଲଚଲ ଦେଖିବାକୁ ମିଳିଛି। ଆଜି ବି.ଏସ.ୟେଦିୟୁରପ୍ପା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି। ୟେଦିୟୁରପ୍ପା ନିଜେ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ସେ ଇସ୍ତଫା ଏମିତି ସମୟରେ ଦେଇଛନ୍ତି, ଯେଉଁ ସମୟରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିବାର ଦୁଇ ବର୍ଷ ପୂରଣ ହୋଇଛି।
ତେବେ ଏହା ପରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଦେବ, ତାହା ଦେଖିବା ବାକି ରହିଲା। ଇସ୍ତଫା ଦେବା ପରେ ୟେଦିୟୁରପ୍ପା କହିଛନ୍ତି ଯେ, ମୋତେ କର୍ଣ୍ଣାଟକ ଲୋକଙ୍କ ପାଇଁ ସେବା କରିବାର ଅଛି। ଆମ ଅମସ୍ତଙ୍କୁ କଠିନ ପରିଶ୍ରମ ଦ୍ଵାରା ଲୋକଙ୍କ ସେବା କରିବା ଆବଶ୍ୟକ।