
ନୂଆଦିଲ୍ଲୀ: ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ତୀବ୍ର ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୃହ କାର୍ଯ୍ୟରେ କଂଗ୍ରେସ ବାଧା ସୃଷ୍ଟି କରୁଛି। ସେ କହିଛନ୍ତି ଯେ, ଯେତେବେଳେ କୋଭିଡ-୧୯ କୁ ନେଇ ବୈଠକ ଡକାଯାଇଥିଲା, ସେତେବେଳେ କଂଗ୍ରେସ ମଧ୍ୟ ବୈଠକକୁ ବହିଷ୍କାର କରିଥିଲା ଏବଂ ଅନ୍ୟ ଦଳକୁ ଆସିବାକୁ ବାରଣ କରିଥିଲା।
ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ସାଂସଦମାନଙ୍କୁ କଂଗ୍ରେସ ଏବଂ ବିରୋଧୀଙ୍କ ଏହି ‘କାର୍ଯ୍ୟ’କୁ ଜନସାଧାରଣ ଏବଂଗଣମାଧ୍ୟମ ନିକଟରେ ପହଞ୍ଚାଇବା ପାଇଁ ଅନୁରୋଧ କରିଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ସୋମବାର ଦିନ ପେଗାସସ୍ ମାମଲା ଏବଂ ନୂତନ କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ରାଜ୍ୟସଭାକୁ ୬ ଥର ମୁଲତବୀ ରଖାଯାଇଥିଲା। ସଂସଦରେ ବିରୋଧୀ ସାଂସଦମାନେ ପୋଷ୍ଟର ସହିତ ଦିନସାରା ବିରୋଧ ପ୍ରଦର୍ଶନ କରିଥିଲେ।