ଓ୍ବିଣ୍ଡିଜ୍‌ କୋଚ୍‌ ପଦରୁ ରିଚାର୍ଡ ପାଇବସ୍‌ ବହିଷ୍କୃତ

Published: Apr 12, 2019, 5:13 pm IST

ଓ୍ବିଣ୍ଡିଜ୍‌ କ୍ରିକେଟ୍‌ ବୋର୍ଡ ଏହାର କୋଚ୍‌ ଏବଂ ମୁଖ୍ୟ ଚୟନକର୍ତ୍ତାଙ୍କୁ ବହିଷ୍କାର କରିଛି । ବିଶ୍ବକପ୍‌ର ଠିକ୍‌ ପୂର୍ବରୁ ଏହି ଖବର ସାମ୍ନାକୁ ଆାସିଛି । ବିଶ୍ବକପ୍‌ ଆରମ୍ଭକୁ ସାତ ସପ୍ତାହରୁ କମ୍‌ ସମୟ ଥିବା ବେଳେ କୋଚ୍‌ ଏବଂ ଚୟନକର୍ତ୍ତାଙ୍କୁ ବହିଷ୍କାର କରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ । ଦଳର ମୁଖ୍ୟ କୋଚ୍‌ ରିଚାର୍ଡ ପାଇବସ୍‌ଙ୍କୁ ବହିଷ୍କାର କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଫ୍ଲଏଡ୍‌ ରାଏଫରଙ୍କୁ ଅନ୍ତରୀଣ ମୁଖ୍ୟ କୋଚ୍‌ର ଦାୟିତ୍ବ ଦିଆଯାଇଛି । ସେହିପରି ସମ୍ପୂର୍ଣ୍ଣ ଚୟନକର୍ତ୍ତାଙ୍କ ଟିମ୍‌କୁ ହଟାଇ ଦିଆଯାଇଛି । ମୁଖ୍ୟ ଚୟନକର୍ତ୍ତା କର୍ଟନୀ ବ୍ରାଉନ୍‌ଙ୍କୁ ମଧ୍ୟ ବହିଷ୍କାର କରାଯାଇ ତାଙ୍କ ସ୍ଥାନରେ ରବର୍ଟ ହେନ୍‌ସଙ୍କୁ ଅନ୍ତରୀଣ ନିଯୁକ୍ତି ଦିଆଯାଇଛି । ଅନ୍ତରୀଣ ଦାୟିତ୍ବରେ ରହିଥିବା ଉଭୟ ଖେଳାଳି ନିଜର ଦାୟିତ୍ବ ସଠିକ୍‌ ଭାବରେ ନିର୍ବାହ କରିପାରିବେ ବୋଲି କ୍ରିକେଟ୍‌ ଓ୍ବଣ୍ଡିଜ୍‌ର ସଭାପତି ରିକି ସ୍କେରିଟ୍ଟ ପ୍ରକାଶ କରିଛନ୍ତି । ସଦ୍ୟସମାପ୍ତ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଓ୍ବିଣ୍ଡିଜ୍‌ 2-1ରେ ବିଜୟୀ ହୋଇଥିବା ବେଳେ ଏକ ଦିବସୀୟ ସିରିଜ୍‌କୁ 2-2ରେ ଅମୀମାଂସିତ ରଖିବାରେ ସଫଳ ହୋଇଥିଲା ।  ମେ 31 ରେ ଦଳ ନିଜର ବିଶ୍ବକପ୍‌ ଅଭିଯାନ ପାକିସ୍ତାନ ବିପକ୍ଷ ମ୍ୟଗାଚ୍‌ରୁ ଆରମ୍ଭ କରିବ । କୋଚ୍‌ଙ୍କ ବଦଳି ପରେ ଦଳରୁ ବାଦ ପଡିଥିବା ଡ୍ବେନ୍‌ ବ୍ରାଭୋ, କିରନ୍‌ ପୋଲାର୍ଡ, ଆନ୍ଦ୍ରେ ରସେଲ୍‌ଙ୍କ ପରି ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନର ସମ୍ଭାବନା ସୃଷ୍ଟି ହୋଇଛି ।

Related posts