Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓ୍ବିଣ୍ଡିଜ୍‌ କୋଚ୍‌ ପଦରୁ ରିଚାର୍ଡ ପାଇବସ୍‌ ବହିଷ୍କୃତ
ଆଜିର ଖବର

ଓ୍ବିଣ୍ଡିଜ୍‌ କୋଚ୍‌ ପଦରୁ ରିଚାର୍ଡ ପାଇବସ୍‌ ବହିଷ୍କୃତ

April 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓ୍ବିଣ୍ଡିଜ୍‌ କ୍ରିକେଟ୍‌ ବୋର୍ଡ ଏହାର କୋଚ୍‌ ଏବଂ ମୁଖ୍ୟ ଚୟନକର୍ତ୍ତାଙ୍କୁ ବହିଷ୍କାର କରିଛି । ବିଶ୍ବକପ୍‌ର ଠିକ୍‌ ପୂର୍ବରୁ ଏହି ଖବର ସାମ୍ନାକୁ ଆାସିଛି । ବିଶ୍ବକପ୍‌ ଆରମ୍ଭକୁ ସାତ ସପ୍ତାହରୁ କମ୍‌ ସମୟ ଥିବା ବେଳେ କୋଚ୍‌ ଏବଂ ଚୟନକର୍ତ୍ତାଙ୍କୁ ବହିଷ୍କାର କରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ । ଦଳର ମୁଖ୍ୟ କୋଚ୍‌ ରିଚାର୍ଡ ପାଇବସ୍‌ଙ୍କୁ ବହିଷ୍କାର କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଫ୍ଲଏଡ୍‌ ରାଏଫରଙ୍କୁ ଅନ୍ତରୀଣ ମୁଖ୍ୟ କୋଚ୍‌ର ଦାୟିତ୍ବ ଦିଆଯାଇଛି । ସେହିପରି ସମ୍ପୂର୍ଣ୍ଣ ଚୟନକର୍ତ୍ତାଙ୍କ ଟିମ୍‌କୁ ହଟାଇ ଦିଆଯାଇଛି । ମୁଖ୍ୟ ଚୟନକର୍ତ୍ତା କର୍ଟନୀ ବ୍ରାଉନ୍‌ଙ୍କୁ ମଧ୍ୟ ବହିଷ୍କାର କରାଯାଇ ତାଙ୍କ ସ୍ଥାନରେ ରବର୍ଟ ହେନ୍‌ସଙ୍କୁ ଅନ୍ତରୀଣ ନିଯୁକ୍ତି ଦିଆଯାଇଛି । ଅନ୍ତରୀଣ ଦାୟିତ୍ବରେ ରହିଥିବା ଉଭୟ ଖେଳାଳି ନିଜର ଦାୟିତ୍ବ ସଠିକ୍‌ ଭାବରେ ନିର୍ବାହ କରିପାରିବେ ବୋଲି କ୍ରିକେଟ୍‌ ଓ୍ବଣ୍ଡିଜ୍‌ର ସଭାପତି ରିକି ସ୍କେରିଟ୍ଟ ପ୍ରକାଶ କରିଛନ୍ତି । ସଦ୍ୟସମାପ୍ତ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଓ୍ବିଣ୍ଡିଜ୍‌ 2-1ରେ ବିଜୟୀ ହୋଇଥିବା ବେଳେ ଏକ ଦିବସୀୟ ସିରିଜ୍‌କୁ 2-2ରେ ଅମୀମାଂସିତ ରଖିବାରେ ସଫଳ ହୋଇଥିଲା ।  ମେ 31 ରେ ଦଳ ନିଜର ବିଶ୍ବକପ୍‌ ଅଭିଯାନ ପାକିସ୍ତାନ ବିପକ୍ଷ ମ୍ୟଗାଚ୍‌ରୁ ଆରମ୍ଭ କରିବ । କୋଚ୍‌ଙ୍କ ବଦଳି ପରେ ଦଳରୁ ବାଦ ପଡିଥିବା ଡ୍ବେନ୍‌ ବ୍ରାଭୋ, କିରନ୍‌ ପୋଲାର୍ଡ, ଆନ୍ଦ୍ରେ ରସେଲ୍‌ଙ୍କ ପରି ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନର ସମ୍ଭାବନା ସୃଷ୍ଟି ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

‘‘ବିକାଶ ଓ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ପୁନର୍ବିଚାର: ଏକ ସମାଜ ଶାସ୍ତ୍ରୀୟ ପ୍ରତିଫଳନ’’ ଶୀର୍ଷକ ଅର୍ନ୍ତଜାତୀୟ ସମ୍ମିଳନୀ

March 21, 2026

ଆଜି ମାର୍ଚ୍ଚ ୨୧ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 21, 2026

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 21, 2026

କୃଷି କ୍ଷେତ୍ରର ସମୀକ୍ଷା: ଫସଲ କ୍ଷତି ଓ ବୀମା ଦାବି ଉପରେ ଶିବରାଜ ସିଂହ ଚୌହାନଙ୍କ ଗୁରୁତ୍ୱ

March 21, 2026

‘‘ବିକାଶ ଓ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ପୁନର୍ବିଚାର: ଏକ ସମାଜ ଶାସ୍ତ୍ରୀୟ ପ୍ରତିଫଳନ’’ ଶୀର୍ଷକ ଅର୍ନ୍ତଜାତୀୟ ସମ୍ମିଳନୀ

March 21, 2026

ଆଜି ମାର୍ଚ୍ଚ ୨୧ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 21, 2026

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.