ରାଜନୀତିରୁ ବିଦାୟ ନେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ବାବୁଲ ସୁପ୍ରିୟୋ

Published: Jul 31, 2021, 7:59 pm IST

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ବାବୁଲ ସୁପ୍ରିୟୋ ଆଜି ରାଜନୀତିରେ ବିଦାୟ ନେଇଛନ୍ତି। ସୋସିଆଲ ମିଡିଆରେ ଏନେଇ ବାବୁଲ ଘୋଷଣା କରିଛନ୍ତି। ନିକଟରେ ତାଙ୍କୁ ମୋଦୀ ସରକାରଙ୍କ କେନ୍ଦ୍ର କ୍ୟାବିନେଟରୁ ବହିଷ୍କାର କରାଯାଇଥିଲା। ତେବେ ସେ ଅନ୍ୟ କୌଣସି ଦଳରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ସେ ଗୋଟିଏ ଟିମରେ ଖେଳୁଥିବା ଖେଳାଳୀ, ମୁଁ କେବଳ ଗୋଟିଏ ଦଳକୁ ସମର୍ଥନ କରିଛି।

ସେ ଫେସବୁକରେ ଏକ ପୋଷ୍ଟ ଲେଖି ରାଜନୀତି ଛାଡିବାକୁ ନିଷ୍ପତ୍ତି ଘୋଷଣା କରିଥିବା ବେଳେ ସେ ଲେଖିଥିଲେ ଯେ, ମୁଁ ବିଦାୟ ନେଉଛି। ପ୍ରଖ୍ୟାତ କଣ୍ଠଶିଳ୍ପୀ ହେମନ୍ତ ମୁଖାର୍ଜୀଙ୍କ ଏକ ଗୀତର ୟୁଟ୍ୟୁବ୍ ଲିଙ୍କ୍ ସହିତ ବଙ୍ଗଳା ଭାଷାରେ ଏହି ପୋଷ୍ଟ ଲେଖି ବାବୁଲ ସେୟାର କରିଛନ୍ତି।

Related posts