ବିଜେପିରେ ସାମିଲ୍‌ ହେଲେ ସୋନାଲି ସାହୁ

Published: Apr 12, 2019, 7:03 pm IST
sonali sahu join in bjp

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ଗ୍ରହଣ  ଶେଷ ହୋଇସାରିଲାଣି । ଦ୍ବିତୀୟ  ଓ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ସମସ୍ତ ରାଜନୈତିକ ଦଳ ଜୋରସୋର୍‌ରେ ପ୍ରଚାର ପ୍ରସାର କରିବାରେ ବ୍ୟସ୍ତ ରହିଛନ୍ତି । ଓଡ଼ିଶା ରାଜନୀତିରେ କିନ୍ତୁ ଦଳବଦଳ ରାଜନୀତି ଶେଷ  ହେଉନାହିଁ । ଆଜି କଂଗ୍ରେସର ସୋନାଲି ସାହୁ ହାତ ଛାଡ଼ି ପଦ୍ମ ଧରିଛନ୍ତି ।  ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି କଂଗ୍ରେସ ଛାଡିଥିବା ଦଳର ମୁଖପାତ୍ର ସୋନାଲି ସାହୁ । ସେ ଆଜି ଦଳୀୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ଗତକାଲି ସୋନାଲି କଂଗ୍ରେସରୁ ଇସ୍ତଫା ଦେଇଥିଲା । ଖୋର୍ଦ୍ଧା ଆସନରୁ ଟିକେଟ ପାଇବାକୁ ଆଶାୟୀ ଥିବାବେଳେ ତାଙ୍କୁ ଟିକେଟ ନ ମିଳିବାରୁ ସେ ଇସ୍ତଫା ଦେଇଥିଲେ ।  ଇସ୍ତଫା ଦେବା ପରେ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବିଷୋଦ୍‌ଗାର କରିବା ସହିତ କଂଗ୍ରେସ ଆଉ ଆଗ ଭଳି ରହିନାହିଁ ବୋଲି ସେ ପ୍ରକାଶ କରିଥିଲେ  ।

Related posts