ଅଗ୍ନିକାଣ୍ଡରେ ଜଳିଗଲା ଗାଁ, ୪୦ ପରିବାରର ୭୦ ବଖରା ଭସ୍ମ

Published: Apr 12, 2019, 7:14 pm IST
free house

ଅନୁଗୁଳର ଜିଲ୍ଲା ଆଠମଲ୍ଲିକ ବ୍ଲକ ଭୋଗରା କିଷାନସାହିରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ସାରା ଗାଁ ଜଳିଯାଇଛି । ଗାଁର  ୪୦ଟି ପରିବାରର ପ୍ରାୟ ୭୦ ବଖାର ଘର ଭସ୍ମୀଭୂତ ହୋଇଯାଇଛି । ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଉଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

 

Related posts