Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋପିଆଁରେ ୨ ଆତଙ୍କବାଦୀ ନିହତ
ଆଜିର ଖବର

ସୋପିଆଁରେ ୨ ଆତଙ୍କବାଦୀ ନିହତ

April 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
two militants killed in shopian
two militants killed in shopian

ଜମ୍ମୁ ଏବଂ କାଶ୍ମୀରରେ ସେନା ପକ୍ଷରୁ ଜାରି ରହିଥିବା କର୍ଡନ୍‌ ଆଣ୍ଡ ସର୍ଚ୍ଚ ଅପରେସନ୍‌ (କାସୋ) ରେ ଏନକାଉଣ୍ଟରରେ ଦୁଇ ଆତଙ୍କୀ ପ୍ରାଣ ହରାଇଛନ୍ତି । ଦକ୍ଷିଣ କାଶ୍ମୀରର ସୋପିଆନ ଜିଲାରେ ଶନିବାର ସକାଳେ ଏନକାଉଣ୍ଟରରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।  ଗହାଣ୍ଡ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ସେନାକୁ ଖବର ମିଳିଥିଲା । ଏହାପରେ ଯବାନମାନେ ପହଞ୍ଚିବା ପରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଜବାବରେ ଯବାନଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଏଥିରେ ୨ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଆହୁରି ୨ ରୁ ୩ ଜଣ ଆତଙ୍କବାଦୀ ସମ୍ପୃକ୍ତ ଅଞ୍ଚଳରେ ଲୁଚି ରହିଥିବା ସୂଚନା ରହିଛି । ତେଣୁ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି । ନିହତ ଆତଙ୍କବାଦୀମାନେ ହିଜବୁଲ ମୁଜାହିଦ୍ଦିନ ସଂଗଠନର ବୋଲି ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ଜଣେ ଏମ.ଟେକ୍‌ ଛାତ୍ର ରହିଛନ୍ତି। ତାଙ୍କ ନାମ ଶାହିଲ ଶାହିଦ ଏବଂ ଘର ଗାନ୍ଦରବଲ ଜିଲାର ନୁନେର ଗାଁରେ। ସେ ୩ଦିନ ତଳେ ଆତଙ୍କୀ ସଂଗଠନରେ ଯୋଗଦେଇଥିଲେ । ସେହିପରି ଅନ୍ୟ ଆତଙ୍କୀଙ୍କ ଘର ସୋପିଆନ ଜିଲାର କୀଗମ ଗାଁରେ ଏବଂ ତାଙ୍କର ନାଁ ବିଲାଲ ଅହମ୍ମଦ ବୋଲି ଜଣାପଡ଼ିଛି । ରାଷ୍ଟ୍ରୀୟ ରାଇଫଲ୍‌ସ, ସ୍ବତନ୍ତ୍ର ଅପରେସନ୍‌ ଗ୍ରୁପ୍‌, ସିଆରପିଏଫ୍‌ ପକ୍ଷରୁ ମିଳିତ ଭାବରେ ଏହି ଅପରେସନ୍‌ କରାଯାଇଥିଲା । ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

March 21, 2026

ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

March 21, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026

‘‘ବିକାଶ ଓ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ପୁନର୍ବିଚାର: ଏକ ସମାଜ ଶାସ୍ତ୍ରୀୟ ପ୍ରତିଫଳନ’’ ଶୀର୍ଷକ ଅର୍ନ୍ତଜାତୀୟ ସମ୍ମିଳନୀ

March 21, 2026
Latest News

ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ହେବ ୧୫,୦୦୦ କିଲୋମିଟର ବିଶ୍ୱସ୍ତରୀୟ ରାସ୍ତା, ପୂର୍ତ୍ତମନ୍ତ୍ରୀ

March 21, 2026

ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

March 21, 2026

ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

March 21, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.