ସାମ୍ପ୍ରଦାୟିକ ଭାଷଣ ନେଇ ମାନେକାଙ୍କୁ ନୋଟିସ୍‌

Published: Apr 13, 2019, 11:39 am IST

ନିର୍ବାଚନୀ ପ୍ରଚାର ସମୟରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଧମକପୂର୍ଣ୍ଣ ଭାଷଣ ଦେଇ ଅଡୁଆରେ ପଡିଛନ୍ତି ବିଜେପି ସାଂସଦ ମାନେକା ଗାନ୍ଧୀ । ଗତକାଲି ଏକ ରାଲିରେ ମୁସଲମାନଙ୍କୁ ଧମକପୂର୍ଣ୍ଣ ଭୋଟଭିକ୍ଷା କରିଥିଲେ । ଏହାକୁ ନେଇ ସୁଲତାନପୁର ଜିଲ୍ଲା ନିର୍ବାଚନ ଅଧିକାରୀ  ମାନେକାଙ୍କୁ ନେଟିସ୍‌ ଜାରି କରିଛନ୍ତି । ସୂଚନାଯୋଗ୍ୟ ଯେ,  ସୁଲତାନପୁରଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ମେନକା କହିଥିଲେ ଯେ ମୁଁ ମୁସଲମାନଙ୍କ ସମର୍ଥନରେ ନିର୍ବାଚନ ଜିତିବାକୁ ଚାହୁଁଛି । ମୋତେ ଭୋଟ ନଦେଲେ ମୁଁ ସେମାନଙ୍କ ସହାୟତା କରିପାରିବି ନାହିଁ । ବିଜେପି ସଂଖ୍ୟା ଲଘୁ ସେଲ୍‍ ଅଧ୍ୟକ୍ଷ ଅଜହର ହୁସେନଙ୍କ ଗ୍ରାମରେ ଏହି ସଭା ଆୟୋଜିତ ହୋଇଥିଲା। ନିର୍ବାଚନ ତ ମୁଁ ଜିତିଯାଇଛି ମାତ୍ର ଆପଣଙ୍କ ସହାୟତା ନମିଳିଲେ ଭବିଷ୍ୟତରେ ଆପଣ ମାନଙ୍କ କାମ କରିବା ପାଇଁ ମୋତେ ମଧ୍ୟ କଷ୍ଟ ଲାଗିବ । ଏହି ମନ୍ତବ୍ୟ ପରେ ମାନେକା ଜାତି ଏବଂ ଧର୍ମ ନାମରେ ଲୋକଙ୍କ ମଧ୍ୟରେ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା ପ୍ରକାଶ କରିଛନ୍ତି ।

Related posts