ଓ୍ବାୟନାଡ୍‌ରେ ରାହୁଲ୍‌ଙ୍କ ପାଇଁ ମେଗା ପ୍ରଚାର

Published: Apr 13, 2019, 11:53 am IST
rahul gandhi's election rally in wayanad

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି କଂଗ୍ରେସ ।କେରଳର ଓ୍ବାୟନାଡ୍‌ରୁ ପ୍ରତିଦ୍ବନ୍ଦିତା କରୁଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପାଇଁ କଂଗ୍ରେସର ଅନେକ ବରିଷ୍ଠ ନେତା ପ୍ରଚାର କରିବେ । ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ପାଇଁ ଏହି ଲୋକସଭା ଆସନରୁ ପ୍ରଚାର କରିବେ କଂଗ୍ରେସର ବରିଷ୍ଠ ନେତା ଘୁଲାମ ନବୀ ଆଜାଦ, ସଚିନ୍‌ ପାଇଲଟ୍‌, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଏକେ ଆଣ୍ଟୋନୀ । କଂଗ୍ରେସ ସହିତ ମେଣ୍ଟ କରିଥିବା ୟୁଡିଏଫ୍‌ର ନେତାମାନେ ମଧ୍ୟ ରାହୁଲଙ୍କ ପାଇଁ ପ୍ରଚାର କରିବେ । କ୍ରିକେଟ୍‌ରରୁ ରାଜନେତା ବନିଥିବା ନଭଜୋତ୍‌ ସିଂ ସିଦ୍ଧୁ ମଧ୍ୟ ଏହି ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି । ସ୍ବୟଂ ରାହୁଲଙ୍କ ସହିତ ପ୍ରିୟଙ୍କା ଗାନ୍ଧୀ ପୁନର୍ବାର ଏକ ରୋଡ ଶୋରେ ଯୋଗ ଦେବେ ବୋଲି  ମଧ୍ୟ ଜଣା ପଡିଛି ।

Related posts