ଜାଲିଓ୍ବାନାଓ୍ବଲା ବାଗ ଶହୀଦଙ୍କୁ ରାହୁଲଙ୍କ ଶ୍ରଦ୍ଧାଞ୍ଜଳି

Published: Apr 13, 2019, 12:10 pm IST
rahul gandhi in jallianwala-bagh

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଶନିବାର ଦିନ ଜାଲିଓ୍ବାନାଓ୍ବାଲା ବାଗ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ଏହି ସମୟରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏବଂ ପଞ୍ଜାବର ମନ୍ତ୍ରୀ ନଭଜୋତ ସିଂହ ସିଦ୍ଧୁ ସେଠାରେ ଉପସ୍ଥିତ ଥିଲେ । ରାହୁଲ ଗାନ୍ଧୀ ମେମୋରିୟାଲ ଭିଜିଟର ବୁକରେ ସନ୍ଦେଶ ମଧ୍ୟ ଲେଖିଛନ୍ତି । ସେ କହିଛନ୍ତି କି, ସ୍ୱାଧୀନତା ପାଇଁ ମୂଲ୍ୟ ଦିଆଯାଇଥିଲା । ଏହା କେବେ ଭୁଲି ହେବ ନାହିଁ ।  ଏହି ଅବସରରେ ରାହୁଲଙ୍କ ସହିତ  ବ୍ରିଟିଶ ଉଚ୍ଚାୟୁକ୍ତ ଡୋମିନିକ୍‌ ଆସ୍କ୍ବିଥ୍‌ ଯୋଗ ଦେଇ ଉକ୍ତ ଘଟଣାକୁ ବ୍ରିଟିଶ୍‌- ଭାରତ ଇତିହାସର ଲଜ୍ଜାଜନକ ଘଟଣା ବୋଲି କହିଥିଲେ । ୧୯୧୯ରେ ସ୍ୱର୍ଣ୍ଣ ମନ୍ଦିର ନିକଟବର୍ତ୍ତୀ ଥିବା ଜାଲିଆନା ୱାଲାୱାଗରେ ହଜାର ହଜାର ଭାରତୀୟ ଏକତ୍ରିତ ହୋଇଥିଲେ । ସମସ୍ତେ ସେଠାରେ ଏକ ଶାନ୍ତି ସଭାର ଆୟୋଜନ କରିଥିଲେ । ଏହି ସଭା ସ୍ୱାଧୀନତା ସଂଗ୍ରାମ ପାଇଁ ଲଢୁଥିବା ନେତା ଏବଂ ରାଓଲତ ଆକ୍ଟକୁ ବିରୋଧ କରି କରାଯାଉଥିଲା । ସଭାରେ କିଛି ଲୋକ ଭାଷଣ ଦେଉଥିଲେ । ପ୍ରାୟ ୧୦୦ଜଣ ସୈନିକଙ୍କ ସହ ସେଠାରେ ପହଂଚିଥିଲେ ଜେନେରାଲ ଡାୟର ଏବଂ ୧୦ ମିନିଟ ପର୍ଯ୍ୟନ୍ତ ଆଖିବୁଜା ଗୁଳି ଚାଳନା କରିଥିଲେ । ଗୁଳି ଚାଳନା ପରେ ସେଠାରୁ ୨୦୦ରୁ ଅଧିକ ଶବ ଉଦ୍ଧାର କରାଯାଇଥିଲା । ରାହୁଲ ରାତିରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ମଧ୍ୟ ପରିଦର୍ଶନ କରିବେ । ଏହି ଅବସରରେ ଏକ ଶତାବ୍ଦୀ ସମାରୋହର ଆୟୋଜନ କରାଯାଇଛି । ଏଥିରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପଞ୍ଜାବର ରାଜ୍ୟପାଳ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

Related posts