Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାମାଜିକ ନ୍ୟାୟ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର: ଓଡ଼ିଶାରେ ପଛୁଆବର୍ଗଙ୍କ ପାଇଁ ୨୭ଭାଗ ସ୍ଥାନ ସଂରକ୍ଷଣ ଦାବି
ଆଜିର ଖବର

ସାମାଜିକ ନ୍ୟାୟ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର: ଓଡ଼ିଶାରେ ପଛୁଆବର୍ଗଙ୍କ ପାଇଁ ୨୭ଭାଗ ସ୍ଥାନ ସଂରକ୍ଷଣ ଦାବି

August 7, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ‘ସାମାଜିକ ନ୍ୟାୟ ଦିବସ’ ପାଳନ ପରିପ୍ରେକ୍ଷୀରେ ରାଜ୍ୟରେ ପଛୁଆବର୍ଗଙ୍କ ନିମିତ୍ତ ଚାକିରୀ ଓ ନାମଲେଖା କ୍ଷେତ୍ରରେ ୨୭ ଭାଗ ସ୍ଥାନ ସଂରକ୍ଷଣ ଦାବିରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

୧୯୯୦ ମସିହା ଅଗଷ୍ଟ ୭ ତାରିଖ ଦିନ କେନ୍ଦ୍ର ସରକାର ଦେଶର ଓ.ବି.ସି.ଙ୍କ ପାଇଁ ସରକାରୀ ଚାକିରୀରେ ୨୭ଭାଗ ସ୍ଥାନ ସଂରକ୍ଷଣ ପ୍ରଦାନ କଲେ। ଏହାକୁ ମାନ୍ୟବର ସୁପ୍ରିମକୋର୍ଟ ‘ଇନ୍ଦ୍ର ସାହାଣୀ’ ମୋକଦ୍ଦମାରେ ବୈଧ ଘୋଷଣା କରିବା ସହିତ ବିଶେଷ ପରିସ୍ଥିତିରେ ୫୦ଭାଗରୁ ଅଧିକ ସଂରକ୍ଷଣ ଦିଆଯାଇ ପାରିବ ବୋଲି ମତାମତ ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଯଥା ଆଇଆଇଟି, ଆଇଆଇଏମ୍ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖା କ୍ଷେତ୍ରରେ ଓବିସି ପିଲାଙ୍କୁ ୨୦୦୬-୦୭ ମସିହାରୁ ୨୭ ଭାଗ ସ୍ଥାନ ସଂରକ୍ଷଣ ଦିଆଯାଉଅଛି।

କିନ୍ତୁ ଓଡ଼ିଶାରେ ଓବିସି ଛାତ୍ରଛାତ୍ରୀମାନଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ମାତ୍ର ୧୧.୨୫ଭାଗ ସଂରକ୍ଷଣ ଦିଆଯିବା ସହିତ ମେଡ଼ିକାଲ, ଇଞ୍ଜିନିୟରିଂ ଓ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ନାମ ଲେଖାରେ ଆଦୌ ସଂରକ୍ଷଣ ଦିଆଯାଉ ନାହିଁ। ଏହା ଫଳରେ ଓବିସି ବର୍ଗର ବହୁ ଛାତ୍ରଛାତ୍ରୀ ନିଯୁକ୍ତିରୁ ବଞ୍ଚିତ ହେବା ସହିତ ଉଚ୍ଚଶିକ୍ଷା ପାଇବାରୁ ମଧ୍ୟ ବଞ୍ôଚତ ହେଉଛନ୍ତି ବୋଲି ଏହି ପ୍ରତିବାଦ ସମାରୋହରେ ଯୋଗଦେଇ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ପ୍ରକାଶ କରିଛନ୍ତି।

ତେଣୁ ଏହି ପରିପ୍ରେକ୍ଷୀରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସାମାଜିକ ନ୍ୟାୟ ଦିବସ ପାଳନ ଅବସରରେ ରାଜ୍ୟର ଓବିସି ବର୍ଗଙ୍କୁ ଚାକିରୀ ଓ ନାମଲେଖାରେ ୨୭ଭାଗ ସ୍ଥାନ ସଂରକ୍ଷଣ ପାଇଁ ପାର୍ଟି ପକ୍ଷରୁ ଦାବି କରାଯାଇଛି। ଜାତିଗତ ଜନଗଣନା ଲାଗୁ କରାଗଲେ ରାଜ୍ୟର ଦଳିତ, ଆଦିବାସୀ ଓ ପଛୁଆବର୍ଗର ଜନସାଧାରଣ ଯୋଜନାର ସୁଫଳ ପାଇବା ସହିତ ସଂରକ୍ଷଣର ସୁବିଧା ସୁଯୋଗ ମଧ୍ୟ ପାଇପାରିବେ। ୨୦୦୯ ମସିହାରୁ କେନ୍ଦ୍ର ସରକାର ଜାତିଗତ ଜନଗଣନା ନେଇ ପଦକ୍ଷେପ ନେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ଲାଗୁ କରାଗଲା ନାହିଁ।

୨୦୧୯ ମସିହାରେ ତତ୍କାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ପାର୍ଲାମେଣ୍ଟକୁ ପ୍ରତିଶ୍ରୁତି ଦେଇଥିଲେ ଯେ, ୨୦୨୧ ଜାତୀୟ ଜନଗଣନାରେ ଜାତିଗତ ଜନଗଣନାକୁ ସ୍ଥାନିତ କରାଯିବ। ଖୋଦ୍ ଓଡ଼ିଶା ସରକାର ଜାତିଗତ ଜନଗଣନା ପାଇଁ କରିଥିବା ଦାବିକୁ କେନ୍ଦ୍ର ସରକାର ପ୍ରତ୍ୟାଖାନ କରିଛନ୍ତି। ତେଣୁ ଓଡ଼ିଶା ସରକାର ଜାତିଗତ ଜନଗଣନା ପାଇଁ ନିଜସ୍ୱ ଉଦ୍ୟମରେ ପଦକ୍ଷେପ ନେବା ସହିତ ଭାରତ ସରକାରଙ୍କ ଉପରେ ଏଥିପାଇଁ ଚାପ ପ୍ରୟୋଗ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି।

୨୦୦୮ ମସିହାରେ ଓଡ଼ିଶା ବିଧାନସଭା ସର୍ବସମ୍ମତ ଭାବରେ ପଛୁଆବର୍ଗଙ୍କ ପାଇଁ ୨୭ଭାଗ ସ୍ଥାନ ସଂରକ୍ଷଣକୁ ଲାଗୁ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଏହାକୁ ଭାରତ ସମ୍ବିଧାନର ନବମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ନିମିତ୍ତ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିଲା। କିନ୍ତୁ ଆଜିକୁ ୧୩ ବର୍ଷ ହେଲା ତାହା ଶୀତଳ ଭଣ୍ଡାରରେ ପଡ଼ିରହିଛି। ‘ମରାଠା ସଂରକ୍ଷଣ’ ଉପରେ ସୁପ୍ରିମ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସମ୍ବିଧାନ ସଂଶୋଧନ କରିବା ପାଇଁ ସଂସଦରେ ପ୍ରସ୍ତାବ ଆଗତ କରିବାକୁ ଯାଉଛନ୍ତି।

ତେଣୁ ଓଡ଼ିଶା ସରକାର ଓ ଆମ ରାଜ୍ୟର ସାଂସଦମାନେ ଓଡ଼ିଶା ସଂରକ୍ଷଣ ଆଇନ୍‌-୨୦୦୮କୁ ସମ୍ବିଧାନର ନବମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ସମାଜବାଦୀ ପାର୍ଟି ଦାବି କରୁଛି।

ପାର୍ଟିର ରାଜ୍ୟ ସଭାପତି ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଅଖିଳ ଭାରତ ଯାଦବ ମହାସଭାର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଦାସ, ବରିଷ୍ଠ ସମାଜବାଦୀ ନେତା ବିଜୟ ବେହେରା, ଯୁବ ଜନସଭାର ସଭାପତି ସୁବ୍ରତ ଲେଙ୍କା, ଯୁବନେତା ଗଣେଶ୍ୱର ଦାସ, ନାରୀନେତ୍ରୀ ସୁଧାରାଣୀ ସାହୁ, ଛାତ୍ରନେତା ସୌମ୍ୟରଞ୍ଜନ ଦାସ ପ୍ରମୁଖ ଏହି ପ୍ରତିବାଦ ସମାରୋହରେ ଅଂଶଗ୍ରହଣ କରି ରାଜ୍ୟରେ ପଛୁଆବର୍ଗଙ୍କ ପାଇଁ ନିଯୁକ୍ତି ଓ ନାମଲେଖାରେ ୨୭ଭାଗ ସ୍ଥାନ ସଂରକ୍ଷଣ ପାଇଁ ଦାବି କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିନିଦଫା ସମ୍ବଳିତ ଦାବିପତ୍ର ପାର୍ଟି ପକ୍ଷରୁ ପ୍ରଦାନ କରାଯାଇ ଓଡ଼ିଶାରେ ତୁରନ୍ତ ପଛୁଆବର୍ଗ ସଂରକ୍ଷଣ ଲାଗୁ କରିବାକୁ ଦାବି କରାଯାଇଛି।

ପଛୁଆବର୍ଗ ସମାଜବାଦୀ ପାର୍ଟି ସ୍ମାରକ ପତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.