ଆରସିବିରେ ଯୋଗ ଦେବେ ଷ୍ଟେନ୍‌, ରାଜପୁତ ବିଦା

Published: Apr 13, 2019, 1:11 pm IST

ଦକ୍ଷିଣ ଆଫ୍ରିକୀୟ ସ୍ପିଡ୍‌ ଷ୍ଟାର ଡେଲ୍‌ ଷ୍ଟେନ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) କ୍ୟାମ୍ପରେ ଯୋଗ ଦେବେ । ଆହତ ଅଷ୍ଟ୍ରେଲୀୟ ବୋଲର ନାଥାନ କୋଲ୍ଟର ନାଇଲ୍‌ଙ୍କ ସ୍ଥାନରେ ବଦଳ ଖେଳାଳି ଭାବରେ ଯୋଗ ଦେବେ ଷ୍ଟେନ୍‌ । ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ଷ୍ଟେନ୍‌ ଆର୍‌ସିବି ପାଇଁଗ ଖେଳିଥିଲେ । ହାଇଦ୍ରାବାଦ ଏବଂ ଗୁଜରାଟ ପାଇଁ ମଧ୍ୟ ଗୋଟିଏ ଲେଖାଏଁ ସିଜିନ୍‌ ଖେଳିଥିଲେ ଷ୍ଟେନ୍ । ୨୦୧୭ରେ କାନ୍ଧ ଆଘାତ ପାଇଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିବା ବେଳେ ୨୦୧୮ ଏବଂ ୨୦୧୯ରେ ଷ୍ଟେନ୍‌ଙ୍କ ୁ କୌଣସି ଦଳ କିଣିନଥିଲେ । ଆରସିବି ଶନିବାର ପଞ୍ଜାବ ଏବଂ ସୋମବାର ମୁମ୍ବାଇକୁ ଭେଟୁଥିବା ବେଳେ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ଷ୍ଟେନ୍‌ ଖେଳିବାର ସମ୍ଭାବନା ରହିଛି । ସେହିପରି ପଞ୍ଜାବ ଟିମ୍‌କୁ ଏହାର ଯୁବ ପେସ୍‌ ବୋଲର ଅଙ୍କିତ ରାଜପୁତଙ୍କୁ ହରାଇବାକୁ ପଡିଛି । ଆଙ୍ଗୁଠିରେ ଆଘାତ ଯୋଗୁଁ ରାଜପୁତ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ନିଜର କୋଟା ପୂରଣ କରିପାରିନଥିଲେ ଏବଂ ଆଘାତ ସମସ୍ୟା ଗମ୍ଭୀର ଥିବାରୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ପଞ୍ଜାବ ରାଜପୁତଙ୍କ ବଦଳ ଖେଳାଳି ସନ୍ଧାନରେ ରହିଛି ।

Related posts