ଏପ୍ରିଲ୍‌ ୨୬ରେ ବାରଣାସୀରୁ ନାମାଙ୍କନ ଦାଖଲ କରିବେ ମୋଦି

Published: Apr 13, 2019, 1:18 pm IST
modi to do a road show in bbsr

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଏପ୍ରିଲ୍‌ ୨୬ତାରିଖରେ ବାରଣାସୀ ଲୋକସଭା ଆସନରୁ ନିଜର ନାମାଙ୍କନ ଦାଖଲ କରିବେ । ନାମାଙ୍କନ ଦାଖଲ ପୂର୍ବରୁ ମୋଦି କାଶୀ ବିଶ୍ବନାଥଙ୍କ ଦର୍ଶନ କରିବା ସହିତ ଗଙ୍ଗାଙ୍କ ପୂଜା ମଧ୍ୟ କରିବେ ବୋଲି କୁହାଯାଇଛି । ବାରଣାସୀରେ ନାମାଙ୍କନ ଦାଖଲର ଗୋଟିଏ ଦିନ ପୂର୍ବରୁ ମୋଦି ଏକ ରୋଡ ଶୋ କରିବେ । ଏପ୍ରିଲ୍ ୨୫ରେ ଅନୁଷ୍‌ଠିତ ହେବାକୁ ଥିବା ଏହି ରୋଡ୍‌ ଶୋ ଲଙ୍କାରୁ ଆରମ୍ଭ ହୋଇ ଗୋଧୋଳିଆରେ ଶେଷ ହେବ । ଶୁକ୍ରବାର ବିଜେପି ରାଷ୍ଟ୍ରୀୟ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ଅମିତ ଶାହ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ବାରଣାସୀ ସମେତ ଅନ୍ୟାନ୍ୟ ୨୬ଟି ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାମାଙ୍କନ ନେଇ ନିଷ୍ପତ୍ତି ନିଆଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ୨୦୧୪ ଲୋକସଭା ନିର୍ବାଚନରେ ବାରଣାସୀ ଆସନରୁ୭ ଲକ୍ଷର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

Related posts