ଭାରତୀୟ ଟେନିସ୍ ଖେଳାଳିଙ୍କ ସହିତ ନିଜର ଅନୁଭୂତି ବାଣ୍ଟିବେ ଅନ୍ତର୍ଜାତୀୟ ଟେନିସ୍ ଷ୍ଟାର ଜଷ୍ଟିନ୍ ହେନିନ୍ । ଆସନ୍ତା ଏପ୍ରିଲ୍ 29ରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଜୁନିୟର ଫ୍ରେଞ୍ଚ ଓପନ୍ ଓ୍ବାଇଲ୍ଡ କାର୍ଡ ପ୍ରତିଯୋଗିତାରେ ଯୋଗ ଦେବେ ହେନିନ୍ । ଭାରତର ଯୁବ ଏବଂ ପ୍ରତିଭାବାନ ଖେଳାଳିଙ୍କ ସହିତ ନିଜ ଅନୁଭବ ବାଣ୍ଟିବା ନେଇ ମୁଁ ବହୁତ ଉତ୍ସାହିତ ଅଛି ବୋଲି ହେନିନ୍ କହିଛନ୍ତି । ଭାରତରେ ଟେନିସ୍ର ଲୋକପ୍ରିୟତା ଧୀରେ ଧୀରେ ବଢୁଛି ଏବଂ ଏହା ଦେଶରେ ଟେନିସ୍ ଖେଳାଳିଙ୍କ ଭବିଷ୍ୟତ ପାଇଁ ଅତ୍ୟନ୍ତ ଭଲ ବୋଲି କହିଛନ୍ତିି ଏହି ୭ଥର ଗ୍ରାଣ୍ଡସ୍ଲାମ ତଥା ଏଥେନ୍ସ ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା । ଭାରତୀୟ ଯୁବ ଖେଳାଳିଙ୍କ ପାଇଁ ଫ୍ରେଞ୍ଚ ଓପନ୍ ପରି ଏକ ଗ୍ରାଣ୍ଡ ସ୍ଲାମ୍ର ଅନୁଭୂତି ବଢିଆ ରହିବ ମାତ୍ର ଏହା ସହିତ ଟେନିସ୍ର ଉନ୍ନତି ପାଇଁ ଭାରତ ସରକାର ପଦକ୍ଷେପ ଗ୍ରହଣ କରିବା ଉଚିତ୍ ବୋଲି ହେନିନ୍ କହିଛନ୍ତି । ୨୦୧୧ରେ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ବିପକ୍ଷ ମ୍ୟାଚ୍କୁ ମନେ ପକାଇଥିଲେ ଏହି ବେଲଜିୟମ୍ ଖେଳାଳି । ସାନିଆ ସିଙ୍ଗଲ୍ସରେ 27 ନମ୍ବରରେ ଥିବା ବେଳେ ଦୀର୍ଘଦିନ ପର୍ଯ୍ୟନ୍ତ ଡବଲ୍ସରେ ଏକ ନମ୍ବର ସ୍ଥାନରେ ରହିଥିଲେ । ଭାରତୀୟ ଟେନିସର ଉତ୍ଥାନରେ ସାନିଆଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ବୋଲି ହେନିନ କହିଛନ୍ତି ।
ଭାରତୀୟ ଖେଳାଳିଙ୍କ ସହିତ ଅନୁଭୂତି ବାଣ୍ଟିବେ ହେନିନ୍
Published:
Apr 13, 2019, 2:04 pm IST
Tags: