Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜନ୍ତର ମନ୍ତ୍ରରରେ ବିବାଦୀୟ ସ୍ଲୋଗାନ ମାମଲାରେ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ସମେତ ୬ ଗିରଫ
ଆଜିର ଖବର

ଜନ୍ତର ମନ୍ତ୍ରରରେ ବିବାଦୀୟ ସ୍ଲୋଗାନ ମାମଲାରେ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ସମେତ ୬ ଗିରଫ

August 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜନ୍ତର ମନ୍ତ୍ରର ନିକଟରେ ଉତ୍ତେଜନାମୂଳକ ସ୍ଲୋଗାନ ମାମଲାରେ ଅଶ୍ୱିନୀ ଉପାଧ୍ୟାୟଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ଅଶ୍ୱିନୀ ଉପାଧ୍ୟାୟ, ବିନୋଦ ଶର୍ମା, ଦୀପକ ସିଂ, ଭିନେଟ କ୍ରାନ୍ତି, ପ୍ରୀତ ସିଂ ଏବଂ ଦୀପକଙ୍କୁ ଦିଲ୍ଲୀ ପୋଲିସ ଆନୁଷ୍ଠାନିକ ଭାବେ ଗିରଫ କରିଛି।

ସେମାନଙ୍କ ବିରୋଧରେ ମୁସଲମାନ ବିରୋଧୀ ସ୍ଲୋଗାନ ଦେଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ସୋମବାର ଦିଲ୍ଲୀ ପୋଲିସ ଏ ବାବଦରେ ଏକ ମାମଲା ରୁଜୁ କରିଛି। ରବିବାର ଦିନ ଜନ୍ତର ମନ୍ତ୍ରରରେ ‘ଭାରତ ଜୋଡୋ ଆନ୍ଦୋଳନ’ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନରେ ଶତାଧିକ ଲୋକ ଅଂଶଗ୍ରହଣ କରିଥିଲେ।

ତେବେ ଅଶ୍ୱିନୀ ଉପାଧ୍ୟାୟ ମୁସଲିମ ବିରୋଧୀ ସ୍ଲୋଗାନ ଘଟଣାରେ ସମ୍ପୃକ୍ତ ଥିବା କଥାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, “ଭିଡିଓର ଯାଞ୍ଚ ପାଇଁ ମୁଁ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ଦାଖଲ କରିଛି। ଯଦି ଭିଡିଓଟି ପ୍ରାମାଣିକ ତେବେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ମୁଁ ଜାଣେ ନାହିଁ ସେମାନେ କିଏ। ମୁଁ ସେମାନଙ୍କୁ କେବେ ଦେଖି ନାହିଁ କିମ୍ବା ନା ଦେଖିଛି। ମୁଁ ତାଙ୍କୁ କେବେବି ଭେଟି ନାହିଁ କିମ୍ବା ତାଙ୍କୁ ସେଠାରେ ଡ଼ାକି ନାହିଁ। ଯେତେଦିନ ପର୍ଯ୍ୟନ୍ତ ମୁଁ ସେଠାରେ ଥିଲି, ସେ ସେଠାରେ ଦେଖା ନଥିଲେ। ଯଦି ଭିଡିଓଟି ନକଲି, ତେବେ ଭାରତ ଜୋଡୋ ଆନ୍ଦୋଳନଙ୍କୁ ବଦନାମ କରିବା ପାଇଁ ପ୍ରୟାସ କରାଯାଉଛି। ”

ଭାଇରାଲ ଭିଡିଓରେ ଯନ୍ତର ମନ୍ତ୍ରରରେ ବିରୋଧ ପ୍ରଦର୍ଶନ ବେଳେ ଏକ ଗୋଷ୍ଠୀ ଉତ୍ତେଜକ ସ୍ଲୋଗାନ ଦେଇ ମୁସଲମାନମାନଙ୍କୁ ଧମକ ଦେଉଥିବାର ନଜର ଆସିଥିଲା। ଡେପୁଟି କମିଶନର ପୋଲିସ (ନୂଆଦିଲ୍ଲୀ) ଦୀପକ ଯାଦବ କହିଛନ୍ତି ଯେ, ଆମ ପାଖରେ ଏକ ଭିଡିଓ ଅଛି ଏବଂ ଆମେ ଏହାର ଅନୁସନ୍ଧାନ କରୁଛୁ। ଆଇନର ସମ୍ପୃକ୍ତ ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି। “

ଅଶ୍ୱିନୀ ଉପାଧ୍ୟାୟ ଗିରଫ ଦିଲ୍ଲୀ ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026
Latest News

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026

ୱାର୍ମ-ଅପ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଆମେରିକାକୁ ୩୮ ରନ୍‌ରେ ପରାସ୍ତ କଲା ଭାରତ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.