ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୩୨, କଟକରୁ ୧୨୩, ବାଲେଶ୍ବରରୁ ୬୧, ଜଗତସିଂହପୁରରୁ ୫୯, ଭଦ୍ରକରୁ ୪୬, ପୁରୀରୁ ୪୫, ଯାଜପୁରରୁ ୪୨, ଅନୁଗୁଳରୁ ୩୨, କେନ୍ଦ୍ରାପଡାରୁ ୨୫, ସୁନ୍ଦରଗଡରୁ ୨୩, ମୟୂରଭଞ୍ଜରୁ ୧୮, ଗଞ୍ଜାମରୁ ୧୨, ଢେଙ୍କାନାଳରୁ ୧୦, ସମ୍ବଲପୁରରୁ ୧୦, କନ୍ଧମାଳରୁ ୮, ବରଗଡରୁ ୭, ଦେବଗଡରୁ ୭, କଳାହାଣ୍ଡିରୁ ୭, ନୟାଗଡରୁ ୭, ସୋନପୁରରୁ ୭, ରାୟଗଡାରୁ ୬, ଗଜପତିରୁ ୫, କୋରାପୁଟରୁ ୫, ନୂଆପଡାରୁ ୫, ବଲାଙ୍ଗୀରରୁ ୪, ବୌଦ୍ଧରୁ ୪, କେନ୍ଦୁଝରରୁ ୪, ମାଲକାନଗିରିରୁ ୩, ନବରଙ୍ଗପୁରରୁ ୨ ଏବଂ ଷ୍ଟେଟ ପୁଲରୁ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୭୩ ହଜାର ୫୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୦ ହଜାର ୭୫ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୮୧୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୬୩୦ କୁ ବୃଦ୍ଧି ହୋଇଛି।