ଓଡ଼ିଶା ସୂଚନା କମିଶନଙ୍କ ‘ସିଲେକ୍‌ଟେଡ୍‌ ଡିସିସନ୍ସ’ ସଙ୍କଳନ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

Published: Aug 12, 2021, 12:31 am IST

ଭୁବନେଶ୍ୱର, ଓଡ଼ିଶା ସୂଚନା କମିଶନଙ୍କ ଦ୍ୱାରା ପ୍ରକାଶିତ ସିଲେକ୍‌ଟେଡ୍‌ ଡିସିସନ୍ସ ସଂକଳନକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି । ଆଜି ରାଜଭବନରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ରାଜ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ର, ରାଜ୍ୟ ସୂଚନା କମିଶନର ବାଳକୃଷ୍ଣ ମହାପାତ୍ର ଓ ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଉପସ୍ଥିତିରେ ସଂକଳନକୁ ଉନ୍ମୋଚନ କରି ଏହି ସଂକଳନ ସୂଚନା ଅଧିକାର କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କ ପାଇଁ ବେଶ୍‌ ଉପାଦେୟ ହେବ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ ।

ମୁଖ୍ୟ ରାଜ୍ୟ ସୂଚନା କମିଶନର ଶ୍ରୀ ମିଶ୍ର ସଂକଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ଓଡ଼ିଶା ସୂଚନା କମିଶନର ସଚିବ ନରେନ୍ଦ୍ର କୁମାର ମନ୍ତ୍ରୀ, ରେଜିଷ୍ଟ୍ରାର ମାନସ କୁମାର ମିଶ୍ର, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ ପ୍ରମୁଖ ରାଜଭବନ ଓ ସୂଚନା କମିଶନର ଅଧିକାରୀମାନେ ଉତ୍ସବରେ ଉପସ୍ଥିତ ଥିଲେ ।

Related posts