ଅନୀଲ୍‌ ଅମ୍ବାନୀଙ୍କୁ ୧୦୦୦ କୋଟିର କରଛାଡ କରିଛନ୍ତି ଫ୍ରାନ୍ସ ସରକାର

Published: Apr 13, 2019, 5:05 pm IST
Anil Ambani firm got €143.7 mn tax relief from France after Rafale announcement:

ଫ୍ରାନ୍ସ ସରକାର ରଲାଏନ୍ସ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କୁ ପ୍ରାୟ ୧୪୩ ମିଲୟନ୍‌ ବା ୧୧୦୦ କୋଟି ଟଙ୍କାର କର ଛାଡ କରିଛନ୍ତି ବୋଲି ଖବର ପ୍ରକାଶ ପାଇଛି । ଫ୍ରାନ୍ସ ଗଣମାଧ୍ୟମର ସୂଚନା ଅନୁଯାୟୀ ୨୦୧୫ରେ ହୋଇଥିବା ରାଫାଲେ ଯୁଦ୍ଧ ବିମାନ କିଣା ମାମଲାରେ କମ୍ପାନୀକୁ ଏହି ଛାଡ ମିଳିଛି ବୋଲି କୁହାଯାଇଛି । ରାଫେଲ ରାଜିନାମା ପ୍ରକ୍ରିୟା ଆରମ୍ଭର ୬ ମାସ ମଧ୍ୟରେ ଅନୀଲ ଅମ୍ବାନୀଙ୍କ ଫ୍ରାନ୍ସସ୍ଥିତ କମ୍ପାନୀଙ୍କୁ ଏହି ଟିକସ୍‍ ଛାଡ଼ କରାଯାଇଛି । ଫ୍ରାନ୍ସ ଖବରକାଗଜ ‘ଲି ମୋଣ୍ଡେ’ ରିପୋର୍ଟ ଅନୁସାରେ ୨୦୧୫ ଫେବୃଆରୀରୁ ଅକ୍ଟୋବର ମଧ୍ୟରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ ରାଜିନାମା ନେଇ ଆଲୋଚନା ଚାଲିଥିଲା। ରାଫେଲ ରାଜିନାମାରେ ଡାସଲ୍ଟ ସହ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ କମ୍ପାନୀ ଅଫସେଟ ପାର୍ଟନର ଅଛି। ଫ୍ରାନ୍ସରେ ଅନୀଲ ଅମ୍ବାନୀଙ୍କ ଏକ ପଞ୍ଜିକୃତ ଟେଲିକମ (ଦୂରସଂଚାର) କମ୍ପାନୀ ଅଛି। ଏହି କମ୍ପାନୀର ନାମ ହେଉଛି ‘ରିଲାଏନ୍ସ ଆଟଲାଣ୍ଟିକ ଫ୍ଲାଗ ଫ୍ରାନ୍ସ’। ଫ୍ରାନ୍ସ ଟିକସ୍‍ ଅଧିକାରୀ ଯାଞ୍ଚ ସମୟରେ ୨୦୦୭ରୁ ୨୦୧୦ ମଧ୍ୟରେ ୬୦ ନିୟୁତ ୟୁରୋ ଟିକସ୍‍ ବାକିଥିବା ଜାଣିବାକୁ ପାଇଥିଲେ। ଏହାପରେ୨୦୧୦ରୁ ୨୦୧୨ ମଧ୍ୟରେ ଏହି କମ୍ପାନୀକୁ ୯୧ ମିଲିୟନ ୟୁରୋ ଅତିରିକ୍ତ ଟିକସ୍‍ ଜମା କରିବାକୁ କୁହାଯାଇଥିଲା। ପରେ ରାଫେଲ ରାଜିନାମା ସମୟରେ ଫ୍ରାନ୍ସ ସରକାର ‘ରିଲାଏନ୍ସ ଆଟଲାଣ୍ଟିକ ଫ୍ଲାଗ ଫ୍ରାନ୍ସ’ କମ୍ପାନୀ ଉପରୁ ୧୪୩ ନିୟୁତ ୟୁରୋ ଛାଡ଼ କରି ଦେଇଥିଲେ।

Related posts