ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୨୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୧୦, କଟକରୁ ୧୪୭, ଯାଜପୁରରୁ ୮୬, ବାଲେଶ୍ବରରୁ ୭୦, ଜଗତସିଂହପୁରରୁ ୬୨, ପୁରୀରୁ ୫୫, ନୟାଗଡରୁ ୫୪, ଭଦ୍ରକରୁ ୪୭, ମୟୂରଭଞ୍ଜରୁ ୪୧, ଅନୁଗୁଳରୁ ୩୩, କେନ୍ଦ୍ରାପଡାରୁ ୩୨, ସମ୍ବଲପୁରରୁ ୧୯, ରାୟଗଡାରୁ ୧୮, କେନ୍ଦୁଝରରୁ ୧୭, ସୁନ୍ଦରଗଡରୁ ୧୬, କୋରାପୁଟରୁ ୯, ଢେଙ୍କାନାଳରୁ ୭, କନ୍ଧମାଳରୁ ୫, ବୌଦ୍ଧରୁ ୪, ଗଜପତିରୁ ୪, ଗଞ୍ଜାମରୁ ୪, କଳାହାଣ୍ଡିରୁ ୪, ନବରଙ୍ଗପୁରରୁ ୪, ନୂଆପଡାରୁ ୪, ଝାରସୁଗୁଡାରୁ ୨, ମାଲକାନାଗିରିରୁ ୨, ସୋନପୁରରୁ ୨, ଦେବଗଡରୁ ୧ ଏବଂ ଷ୍ଟେଟ ପୁଲରୁ ୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୭୫ ହଜାର ୯୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୨ ହଜାର ୩୭୫ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୫୬୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୭୫୭ କୁ ବୃଦ୍ଧି ହୋଇଛି।